ମେନପୁରୀ: ଉତ୍ତରପ୍ରଦେଶର ମେନପୁରୀରେ ଜଣେ ମହିଳା ଏବେ ଚର୍ଚ୍ଚାର ପରିସରରେ ରହିଛନ୍ତି। ଏହି ମହିଳା ଏଭଳି ଏକ କାରନାମା କରିଛନ୍ତି ଯାହାକୁ ନେଇ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ମହିଳା ପ୍ରାୟତଃ ଗାନ୍ଧିଙ୍କ ପ୍ରତିମା ତଳେ ୫୦୦ଟଙ୍କିଆ ନୋଟ ଜାଳୁଥିବାର ଦେଖିବାକୁ ମିଳିଥାଏ। ଏହି ଘଟଣା ସମ୍ପର୍କରେ ପୁଲିସକୁ ଖବର ମିଳିବା ପରେ ପୁଲିସ ମହିଳାଙ୍କୁ କାବୁ କରି ବିଚାରବିଭାଗୀୟ ହେପାଜତକୁ ନେଇଛି।

Advertisment

publive-image

ମେନପୁରୀର ନଗରପାଳିକା କାର୍ଯ୍ୟାଳୟ ପରିସରରେ ମହାତ୍ମାଗାନ୍ଧିଙ୍କ ମୂର୍ତ୍ତି ରହିଛି। ଏହି ମୂର୍ତ୍ତିରେ ଗାନ୍ଧିଙ୍କ ପାଦ ତଳେ ଜଣେ ମହିଳା ୧୦୦ ଓ ୫୦୦ ଟଙ୍କିଆ ନୋଟ ରଖି ସେଥିରେ ନିଆଁ ଲଗାଇ ଥାଆନ୍ତି। ସ୍ଥାନୀୟଲୋକଙ୍କ କହିବାନୁସାରେ, ଉକ୍ତ ମହିଳାଙ୍କୁ ଯେତେବେଳେ ବି ମଉକା ମିଳିଥାଏ, ସେ ଗାନ୍ଧିଙ୍କ ପାଦ ତଳେ ନୋଟ ରଖି ନିଆଁ ଲଗାଇ ଥାଆନ୍ତି। ସେ ମାନସିକସ୍ତରରେ ଦୁର୍ବଳ ଥିବା ଜଣାପଡ଼ିଛି। ପୁଲିସ ଉକ୍ତ ମହିଳାଙ୍କୁ ବିଚାରବିଭାଗୀୟ ହେପାଜତକୁ ନେଇ ପରିବାରଲୋକଙ୍କ ହସ୍ତାନ୍ତର କରି ଦେଇଛି।