ଦଶପଲ୍ଲା: ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ଜାମୁସାହି ଛକ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଓଲଟିଛି। ଏହାଫଳରେ କଣ୍ଡକ୍ଟର ଗୁରୁତର ଥିବାବେଳେ ୫ରୁ ଅଧିକ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।
ବିଳମ୍ବିତ ରାତିରେ ଉକ୍ତ ବସ୍ ଭୁବନେଶ୍ୱରରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ବେଳେ, ବସ୍ ଭିତରେ ୩୫ରୁ ଅଧିକ ଯାତ୍ରୀ ଥିଲେ।ବାଣିଗୋଛା ଥାନା ନିକଟ ଜାମୁ ସାହି ଛକ ନିକଟରେ ଫାଙ୍କା ରାସ୍ତାରେ ଏକ ମାଲ୍ ବାହୀ ଟ୍ରକ୍ କୁ ସାଇଡ୍ ମାରିବାକୁ ଯାଇ ବସ୍ ଟି ଓଲଟି ପଡ଼ିଛି ବୋଲି କଣ୍ଡକ୍ଟର କହିଛନ୍ତି। ସେପଟେ ଖବର ପାଇ ବାଣୀଗୋଛା ପୁଲିସ ଏବଂ ଦଶପଲ୍ଲା ଦମକଳ ବାହିନୀ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍ ଭିତରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା। ଅନ୍ୟ ଏକ ବସ୍ ରେ ବଲାଙ୍ଗୀର ଅଭିମୁଖେ ଯାତ୍ରୀମାନଙ୍କୁ ପଠା ଯାଇଛି।

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/14/untitled-2025-09-14-08-07-16.png)