କଟକ: ଆଠଗଡ ଥାନା ଆଠଗଡ ମୁଣ୍ଡଳୀ ରାସ୍ତାର ଛତାବର ଛକ ନିକଟରେ ବସ ସହ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି | ଏହି ଦୁର୍ଘଟଣା ଯୋଗୁଁ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ତିରିଶରୁ ଅଧିକ ଆହତ ହେବା ସହ ଦଶରୁ ଅଧିକ ଗୁରୁତର ହୋଇଛନ୍ତି | ସମସ୍ତ ଆହତଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ଘଟଣାସ୍ଥଳରେ ଆଠଗଡ଼ ପୋଲିସ୍ ଓ ଆଠଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କରିଛନ୍ତି | ମିଳିଥିବା ସୂଚନା ମୁତାବକ ଆଠଗଡ଼ରୁ ବସଟି କଟକ ଅଭିମୁଖେ ଯାଉଥିବାବେଳେ ଟ୍ରକ ସହ ଧକ୍କା ହୋଇଥିଲା | କଟକ ବାଲିଯାତ୍ରା ପଡିଆରେ ଆୟୋଜିତ ଆୟୁଷ୍ମାନ କାର୍ଯ୍ୟକ୍ରମ ପାଇଁ ଆଠଗଡ଼ରୁ କିଛି ଲୋକ ବସ ଯୋଗେ କଟକ ଯାଉଥିଲେ |
ଏହି ବସଟି ଛତାବର ନିକଟରେ ଟ୍ରକକୁ ଧକ୍କା ଦେଇଥିଲା | ସମସ୍ତ ଆହତମାନେ ଆଠଗଡ଼ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତର ହୋଇଥିବା ସୂଚନା ମିଳିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/04/11/1nigZi70C9EymOfg9H0H.jpg)