ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଛପୋଲିଆ  ନିକଟରେ ଆଜି ଏକ ଯାତ୍ରୀବାହୀ ବସ ଦୁର୍ଘଟଣାର ଶିକାର ହୋଇଥିବାବେଳେ ଏହି ଘଟଣାରେ ଚାଳକ ସମେତ ତିନି ଜଣ ଆହତ ହୋଇଛନ୍ତି। ଆଜି ପୂର୍ବାହ୍ନରେ ନୀଳମାଧଵ ନାମକ ଏକ ଯାତ୍ରୀବାହୀ ବସ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା।

Advertisment

ଛପୋଲିଆ ନିକଟରେ ଆଗରେ ଯାଉଥିବା ଏକ କାରକୁ ଓଭରଟେକ କରି ଏକ ହାଇଡ୍ରକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଏହାର ଚାଳକ ଓ ଦୁଇଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରି ଥାନାରେ ରଖିବା ସହ ତଦନ୍ତ ଆରମ୍ଭ କରିଛି।