ଭଦ୍ରକ: ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରେ ଡିଭାଇଡର ଉପରେ ଚଢ଼ିଗଲା ଯାତ୍ରୀବାହୀ ବସ | ଅଳ୍ପକେ ରକ୍ଷା ପାଇଲେ ସମସ୍ତ ଯାତ୍ରୀ | କାରକୁ ବଂଚେଇବାକୁ ଯାଇ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି | ମିଳିଥିବା ସୂଚନା ମୁତାବକ ଅଭଣାରୁ ଭୁବନେଶ୍ୱର ଅଭିମୁଖେ ଶାନ୍ତିଲତା ନାମକ ଏହି ବସ ଆସୁଥିଲା |
ଶାନ୍ତିଲତା ବସ ଭଦ୍ରକ ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ପହଂଚିବା ମାତ୍ରେ ସାମ୍ନା ପଟେ ଏକ କାର ଆସିଯିବାରୁ ହଠାତ ବସଟି ଭାରସାମ୍ୟ ହରାଇ ଏକ ଡିଭାଇଡର ଉପରେ ମାଡିଯାଇଥିଲା | ଡ୍ରାଇଭର ଜଣକ କାରକୁ ବଞ୍ଚାଇବାକୁ ଡିଭାଇଡର ଉପରେ ବସ ଚଢ଼ାଇଦେଇଥିଲେ | ବସଟିର ସାମ୍ନା ପଟ ନଷ୍ଟ ହୋଇ ଯାଇଥିବାବେଳେ ସମସ୍ତ ଯାତ୍ରୀ ରକ୍ଷା ପାଇଯାଇଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/06/23/assss-2025-06-23-10-42-38.jpg)