ଭୁବନେଶ୍ୱର: ଯୁବକଙ୍କୁ ଦଳିଦେଲା ଘରୋଇ କଲେଜ ବସ। ଆଉ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ଭୁବନେଶ୍ୱର ଘାଟିକିଆ ନୂଆଗାଁ ରାସ୍ତାରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଉଛନ୍ତି ସୌମ୍ୟରଂଜନ ସାହୁ। ସୌମ୍ୟରଂଜନ ପାଇକରାୟପୁର ମହାଜନ ସାହିର ବୋଲି ଜଣାପଡିଛି। ମିଳିଥିବା ସୂଚନା ମୁତାବକ ସୌମ୍ୟରଂଜନ ଦୋକାନକୁ ଯିବା ସମୟରେ ପଛପଟୁ ଧକ୍କା ଦେଇଥିଲା କଲେଜ ବସ | ଆଉ ଯୁବକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକମାନେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି |