ଭୁବନେଶ୍ୱର: ଅହେତୁକ ଡିଜେଲ୍ ଦରରେ ବୃଦ୍ଧି ଯୋଗୁଁ ରାଜ୍ୟ ସରକାର ବସ୍ ଭଡ଼ା ମଧ୍ୟ ବୃଦ୍ଧି କରିଛନ୍ତି। ଏହି ଆଧାରରେ ସାଧାରଣ, ଏକ୍ସପ୍ରେସ ବସ୍ ଭଡ଼ା ପ୍ରତି କିଲୋମିଟର ପିଛା ୧ ପଇସା ବୃଦ୍ଧି କରାଯାଇଛି । ସେହିଭଳି ଡିଲକ୍ସ, ଏସି ଡିଲକ୍ସ ବସର ପ୍ରତି କିଲୋମିଟର ପିଛା ୨ ପଇସାକୁ ବୃଦ୍ଧି କରାଯାଇଛି । ଡିଜେଲ ଦର ବୃଦ୍ଧି ପାଇବାରୁ ଅଟୋମେକାନିଜିମ୍ ଜରିଆରେ ବସ୍ ଭଡ଼ା ବୃଦ୍ଧି କରାଯାଇଥିବା ସୂଚନା ମିଳିଛି ।
ପୂର୍ବରୁ ସାଧାରଣ ବସ୍ ଭଡ଼ା ପ୍ରତି କିଲୋମିଟର ପିଛା ୬୮ ପଇସାଥିଲା ଯାହା ବର୍ତ୍ତମାନ ୬୯ ପଇସାକୁ ବୃଦ୍ଧି ପାଇଛି । ସେହିଭଳି ଏକ୍ସପ୍ରେସ ବସ୍ ଭଡ଼ା ପ୍ରତି କିଲୋମିଟର ପିଛା ୭୧ ପଇସା ଥିବାବେଳେ ତାହା ବର୍ତ୍ତମାନ ୭୨ ପଇସାକୁ ବୃଦ୍ଧି ପାଇଛି । ଅନ୍ୟପଟେ ଡିଲକ୍ସ ବସ୍ ଭଡ଼ା ପ୍ରତି କିଲୋମିଟରକୁ ୯୭ ପଇସା ଥିବାବେଳେ ଏହା ବର୍ତ୍ତମାନ ୯୯ ପଇସାକୁ ବୃଦ୍ଧି କରାଯାଇଛି । ଏସି ଡିଲକ୍ସ ବସ୍ର ପ୍ରତି କିଲୋମିଟରକୁ ୧ଟଙ୍କା ୧୯ ପଇସା ଲାଗୁ ଥିବାବେଳେ ଏହା ଏବେ ୧ଟଙ୍କା ୨୧ ପଇସାକୁ ପହଁଚିଛି ।
ତେବେ ଏହି ୪ଟି ବର୍ଗର ବସ୍ରେ ବଢ଼ିଥିବା ଭଡ଼ାକୁ ନେଇ ଏବେ ଜନତାଙ୍କ ମଧ୍ୟରେ ଅସନ୍ତୋଷର ନିଆଁ ଦେଖିବାକୁ ମିଳିଛି । ଏହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି।