ଛେଣ୍ଡିପଦା: ଅନୁଗୁଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥର କୋଶଳା ଶିମିଳିସାହି ନିକଟରେ ଟ୍ରକ ପଛରେ ଯାତ୍ରୀବାହୀ ବସ ଧକ୍କା ଦେବାରୁ ୧୨ ଯାତ୍ରୀ ଆହତ ହୋଇଛନ୍ତି। ଆଜି ସକାଳ ସାଢ଼େ ୧୦ ଟାରେ ଶିମିଳିସାହିରେ ରାସ୍ତାରେ ଓଡ଼ି-୧୯-ଆର-୬୦୨୩ ନମ୍ବର ଟ୍ରକ ଛିଡାକରି ଧାନ ଲୋଡ଼ କରୁଥିଲା। ଏହି ସମୟରେ ବାଗେଡ଼ିଆରୁ ଅନୁଗୁଳ ଯାଉଥିବା ଓଡ଼ି-୧୯-ଜି-୧୨୧୭ ନମ୍ବର ସାହୁବସ ଟ୍ରକ ପଛରେ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବସରେ ୩୦ ଯାତ୍ରୀଙ୍କ ମଧ୍ୟରୁ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ଆହତ ଯାତ୍ରୀଙ୍କୁ ସ୍ଥାନୀୟ ଲୋକମାନେ କୋଶଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ କଙ୍କରେଇ ଗ୍ରାମର ହୃଦାନନ୍ଦ ଗୋଛାୟତ(୫୦), ମାଛକୁଟା ଗ୍ରାମର ଝୁନୁରାଣୀ ବାରିକ(୩୦), ଦେବଗଡ଼ଜିଲ୍ଲା କୁଣ୍ଢେଇଗୁଳା ଗ୍ରାମର ଚଣ୍ଡାଳ ସାହୁ(୩୦), ଛେଣ୍ଡିପଦା ମାଝୀସାହି ଗ୍ରାମର ରତ୍ନାକର ମାଝୀ(୩୮) ଗୁରୁତର ଆହତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/10/bskYXhyQ4Mt4MKsXmaa2.jpg)