ଧଣ୍ଡାମୁଣ୍ଡା: ବଲାଙ୍ଗୀରଜିଲ୍ଲା ଖପ୍ରାଖୋଲ ବ୍ଲକ ମାଟିଆଭଟା ପଞ୍ଚାୟତ ପୁତୁଳାମହୁଲ ବଜାର କାଦୁଅ ପଚପଚ ହୋଇ ପଡ଼ିଥିବାର ଅଭିଯୋଗ ହେଉଛି। ଅଭିଯୋଗ ମତେ ପୁତୁଲାମହୁଲ ଗ୍ରାମରେ ରବିବାର ଦିନ ସାପ୍ତାହିକ ବଜାର ବସିଥାଏ। ଉକ୍ତ ବଜାର ଉପରେ ଆଖପାଖ ଅଞ୍ଚଳର ୧୦ ଖଣ୍ଡ ଗ୍ରାମର ଲୋକେ ପନିପରିବା ସହ ବିଭିନ୍ନ ସାମଗ୍ରୀ କ୍ରୟ କରିବା ପାଇଁ ଆସିଥାନ୍ତି। ତେଣୁ ବଜାରକୁ ବିଭିନ୍ନ ଅଂଚଳରୁ ଶତାଧିକ ବ୍ୟବସାୟୀ ଆସି ପନିପରିବା ସହ ଅନ୍ୟାନ୍ୟ ସାମଗ୍ରୀ ବିକ୍ରୟ କରିଥାନ୍ତି। ବଜାର ଯୋଗୁଁ ସ୍ଥାନୀୟ କିଛି ଲୋକେ ରୋଜଗାରକ୍ଷମ ହୋଇ ପାରୁଥିବା ଜଣା ପଡ଼ିଛି। ପୁଣି ବଜାରରୁ ପଞ୍ଚାୟତ ପ୍ରଶାସନ ଠିକା ଦେଇ ସାପ୍ତାହିକ ଖଜଣା ଆଦାୟ କରିଥାନ୍ତି।
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଟିଆଭଟା ପଞ୍ଚାୟତ ପୁତୁଳାମହୁଲ ବଜାର କାଦୁଅ ପଚପଚ ହୋଇ ପଡ଼ିଥିବାର ଅଭିଯୋଗ ହେଉଛି। ଦୀର୍ଘ ଦିନ ହେବ ବଜାର ପିଣ୍ଡି ଥିବା ତଳ ପଟ କାଦୁଅରେ ଭରି ରହିଥିବା ବେଳେ ବଜାରକୁ ଆସୁଥିବା ବ୍ୟବସାୟୀ ଓ ଗ୍ରାହକମାନେ କାଦୁଅ ପଚ୍ ପଚ୍ ରାସ୍ତାରେ ଯାତାୟତ କରି ସାମଗ୍ରୀ କିଣୁଥିବା ଅଭିଯୋଗ ହେଉଛି । ଉକ୍ତ କାରଣରୁ ବଜାରକୁ ସାମଗ୍ରୀ କିଣିବାକୁ ଆସୁଥିବା ଲୋକେ ମୁହଁ ଫେରାଇ ନେଉଥିବା ଅଭିଯୋଗ ହେଉଛି। ଉକ୍ତ ଦିଗରେ ବ୍ଲକ ପ୍ରଶାସନ ଧ୍ୟାନ ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଦାବି ହେଉଛି।
ହେଲେ ଦୀର୍ଘ ଦିନ ହେବ ବଜାର ପିଣ୍ଡି ଥିବା ତଳ ପଟ କାଦୁଅରେ ଭରି ରହିଥିବା ବେଳେ ବଜାରକୁ ଆସୁଥିବା ବ୍ୟବସାୟୀ ଓ ଗ୍ରାହକମାନେ କାଦୁଅ ପଚ୍ ପଚ୍ ରାସ୍ତାରେ ଯାତାୟତ କରି ସାମଗ୍ରୀ କିଣୁଥିବା ଅଭିଯୋଗ ହେଉଛି । ଉକ୍ତ କାରଣରୁ ବଜାରକୁ ସାମଗ୍ରୀ କିଣିବାକୁ ଆସୁଥିବା ଲୋକେ ମୁହଁ ଫେରାଇ ନେଉଥିବା ଅଭିଯୋଗ ହେଉଛି। ଉକ୍ତ ଦିଗରେ ବ୍ଲକ ପ୍ରଶାସନ ଧ୍ୟାନ ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଦାବି ହେଉଛି।