ସି-ଭୋଟର ସର୍ଭେ :  ସଂଖ୍ୟାଗରିଷ୍ଠତା ପାଇବନି ଏନଡିଏ,  ବିଜେଡି ଓ ଅନ୍ୟ ଆଞ୍ଚଳିକ ଦଳଙ୍କ ସହାୟତା ଲୋଡିପାରେ

ଭୁବନେଶ୍ବର : ଆଗାମୀ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଥିଲେ ମଧ୍ୟ କିଏ ଜିତି କେନ୍ଦ୍ରରେ ସରକାର ଗଢିବ ତାହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ସଂକେତ ଦେଇଥିଲେ  ଯେ ଆଗାମୀ ନିର୍ବାଚନ ପରେ କେନ୍ଦ୍ରରେ ବିଜେଡ଼ିକୁ ଖୋଜା ପଡିପାରେ । ଏହାର ଅର୍ଥ ହେଉଛି କୌଣସି ମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରିପାରିବ ନାହିଁ, ଏଣୁ ବିଜେଡିପରି ଆଞ୍ଚଳିତ ଦଳଙ୍କ ସହାୟତା ଲୋଡା ପଡିବ । ଆଜି ଆସିଥିବା ଏକ ସର୍ଭେରେ ମଧ୍ୟ ଏହି କଥା କୁହାଯାଇଛି ।

ଆଜି ସିଭୋଟର ପକ୍ଷରୁ ପ୍ରକାଶିତ ଏକ ପ୍ରାକ ନିର୍ବାଚନୀ ସର୍ଭରେ କୁହାଯାଇଛି ଯେ ନିର୍ବାଚନରେ ଏନଡିଏ ମେଣ୍ଟ ସର୍ବାଧିକ ଆସନ ପାଇଲେ ମଧ୍ୟ ସରକାର ଗଠନ ପାଇଁ ତାହା ନିଅଣ୍ଟ ହେବ । କିନ୍ତୁ ନିର୍ବାଚନ ପର ମେଣ୍ଟ କରି ଏନଡିଏ ପୁଣି ସରକାର ଗଠନ କରିବାକୁ ସକ୍ଷମ ହେବ । ଏହି ସର୍ଭେ ଅନୁସାରେ ଏନଡିଏ ୪୨ ପ୍ରତିଶତ ଓ ୟୁପିଏ ୩୦.୪ ପ୍ରତିଶତ ଭୋଟ ପାଇବ । ସଂଖ୍ୟା ଗଣିତକୁ ଦେଖିଲେ ଜଣାଯାଏ ଯେ ଏନଡିଏ ୨୬୧ ଟି ଆସନ ପାଇବ । ଏଣୁ ସରକାର ଗଢିବା ପାଇଁ ଏନଡିଏ ବିଜେଡି, ଓ୍ବାଇଏସଆର କଂଗ୍ରେସ ଓ ଟିଆରଏସ ପରି ଆଞ୍ଚଳିକ ଦଳଙ୍କ ସହାୟତା ଲୋଡିବାକୁ ବାଧ୍ୟ ହେବ । ଏମାନଙ୍କ ସମର୍ଥନ ହାସଲ କଲେ ଏନଡିଏର ସଂଖ୍ୟା ୩୦୦ ଟପିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର