ମହାକାଳପଡ଼ା: ନାଗରିକତା ସଂଶୋଧନ ଆଇନ୍ (ସିଏଏ) କୌଣସି ବ୍ୟକ୍ତିର ନାଗରିକତାକୁ ଛଡ଼ାଇ ନେବ ନାହିଁ, ବରଂ ଏହି ଆଇନ୍ ଜଣେ ବ୍ୟକ୍ତିଙ୍କୁ ନାଗରିକତା ପ୍ରଦାନ କରିବ। ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ରବିବାର ଏହା କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଅନ୍ତର୍ଗତ ରାମନଗର ରାମଚଣ୍ଡୀ ପୀଠରେ ଭାରତୀୟ ଜନତା ପାର୍ଟି (ବିଜେପି) ତରଫରୁ ଆୟୋଜିତ ଜନଜାଗରଣ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସିଏଏକୁ କୌଣସି ରାଜ୍ୟ କାର୍ଯ୍ୟକାରୀ କରିବାରୁ ଅଟକାଇ ପାରିବେ ନାହିଁ।
/sambad/media/post_attachments/wp-content/uploads/2020/01/kpd1.jpg)
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏବେ ଏହି ଆଇନ୍କୁ ବିରୋଧ କରୁଥିବା କଂଗ୍ରେସ ଅତୀତରେ ଏହି ଆଇନ୍ ପାଇଁ ଦାବି କରୁଥିଲା। କେନ୍ଦ୍ରାପଡ଼ାରେ ବହୁ ସଂଖ୍ୟାରେ ବାଂଲାଦେଶୀ ଶରଣାର୍ଥୀ ରହୁଥିବା କଥା କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସାଧାରଣ ସଭାକୁ ସମ୍ବୋଧନ କରି ଶ୍ରୀ କୁଲସ୍ତେ କହିଛନ୍ତି ଯେ, ମୋଦୀ ସରକାର ଗୋଟିଏ ପରେ ଗୋଟିଏ ଭଲ ନିଷ୍ପତ୍ତି ନେଉଛନ୍ତି। ଯେଉଁମାନେ ଏଠାରେ ଶରଣାର୍ଥୀ ଭାବେ ରହୁଛନ୍ତି, ସେମାନେ ନାଗରିକତା ପାଇ ପାରିବେ। ଏଠାକାର ଲୋକେ ସବୁପ୍ରକାରର ସୁବିଧା ମଧ୍ୟ ପାଇପାରିବେ।
ଅନ୍ୟପକ୍ଷରେ ନାଗରିକତା ସଂଶୋଧନ ଆଇନ ନେଇ ବିଜୁ ଜନତା ଦଳ (ବିଜେଡି) ସାଂସଦ ପିନାକୀ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବିଜେପି ଲୋକଙ୍କୁ ସଚେତନ ନ କରି ଆଗକୁ ବଢ଼ିଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି। ସେ କହିଛନ୍ତି, ଏହି ବିଲକୁ ଆମେ ସଂସଦରେ ସମର୍ଥନ ଜଣାଇଥିଲୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/kpd.jpg)