ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଇନ୍-ସ୍ପେସ୍ ଅଧୀନରେ ମହାକାଶ କ୍ଷେତ୍ର ପାଇଁ ୧ ହଜାର କୋଟି ଟଙ୍କାର ଭେଞ୍ଚର୍ କ୍ୟାପିଟାଲ ପାଣ୍ଠି ପ୍ରତିଷ୍ଠାକୁ ମଞ୍ଜୁର କରାଯାଇଛି। ପ୍ରସ୍ତାବିତ ୧ହଜାର କୋଟି ଟଙ୍କାର ଭେଞ୍ଚର୍‌ କ୍ୟାପିଟାଲ ପାଣ୍ଠି କାର୍ଯ୍ୟକାରୀ ହେବା ତାରିଖ ଠାରୁ ପାଞ୍ଚ ବର୍ଷ ମଧ୍ୟରେ ଏହାକୁ ବିନିଯୋଗ କରିବା ଲାଗି ଯୋଜନା କରାଯାଇଛି। ନିବେଶ ସୁଯୋଗ ଏବଂ ପାଣ୍ଠି ଆବଶ୍ୟକତାକୁ ଆଧାର କରି ପ୍ରତି ବର୍ଷ ହାରାହାରୀ ୧୫୦-୨୫୦ କୋଟି ଟଙ୍କା ବିନିଯୋଗ କରାଯିବ।

Advertisment

ଏହି ପ୍ରସ୍ତାବିତ ପାଣ୍ଠି ସମଗ୍ର ମହାକାଶ ଯୋଗାଣ ଶୃଙ୍ଖଳା - ଅପଷ୍ଟ୍ରିମ୍, ମିଡ୍‌ ଷ୍ଟ୍ରିମ୍ ଏବଂ ଡାଉନଷ୍ଟ୍ରିମରେ ଷ୍ଟାର୍ଟଅପ୍ ଗୁଡ଼ିକୁ ସମର୍ଥନ କରି ଭାରତୀୟ ମହାକାଶ କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ଏହା ବ୍ୟବସାୟୀମାନଙ୍କୁ ନିଜ ପରିସରକୁ ବ୍ୟାପକ କରିବା, ଗବେଷଣା ଓ ବିକାଶରେ ନିବେଶ କରିବା ଏବଂ ସେମାନଙ୍କର କାର୍ଯ୍ୟବଳଙ୍କୁ ବିସ୍ତାର କରିବାରେ ସାହାଯ୍ୟ କରିବ ।

 ପ୍ରତ୍ୟେକ ନିବେଶ ଇଞ୍ଜିନିୟରିଂ, ସଫ୍ଟୱେର ବିକାଶ, ଡାଟା ବିଶ୍ଳେଷଣ ଏବଂ ଉତ୍ପାଦନ କ୍ଷେତ୍ରରେ ଶତାଧିକ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବା ସହିତ ଯୋଗାଣ ଶୃଙ୍ଖଳା, ଲଜିଷ୍ଟିକ୍ସ ଏବଂ ବୃତ୍ତିଗତ ସେବାରେ ହଜାର ହଜାର ପରୋକ୍ଷ ନିଯୁକ୍ତି ସୃଷ୍ଟି କରିପାରିବ । ଏକ ସୁଦୃଢ଼ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରି ଏହି ପାଣ୍ଠି କେବଳ ନିଯୁକ୍ତି ସୃଷ୍ଟି କରିବ ନାହିଁ ବରଂ ଏକ ଦକ୍ଷ କାର୍ଯ୍ୟ ବଳର ବିକାଶ କରିବ, ଉଦ୍ଭାବନକୁ ପ୍ରୋତ୍ସାହିତ କରିବ ଏବଂ ମହାକାଶ ବଜାରରେ ଭାରତର ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କରିବ ।