ପଶ୍ଚିମବଙ୍ଗରେ ବିଜେପିର ରଥଯାତ୍ରାକୁ କାଲକାଟା ହାଇକୋର୍ଟଙ୍କ ଅନୁମତି

କୋଲକତା : ପଶ୍ଚିମ ବଙ୍ଗରେ ରଥଯାତ୍ରା ଲାଗି କାଲକାଟା ହାଇକୋର୍ଟ ବିଜେପିକୁ ଅନୁମତି ଦେଇଛନ୍ତି । ପୂର୍ବରୁ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ରାଜ୍ୟ ସରକାର ବିଜେପିକୁ ଅନୁମତି ଦେଇନଥିଲେ । ସାଂପ୍ରଦାୟିକ ସଦଭାବ ବିଗିଡିବା ଆଶଙ୍କା କରି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଥିଲେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ବିଜେପି ହୋଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ହାଇକୋର୍ଟଙ୍କ ଏହି ରାୟ ପଶ୍ଚିମବଙ୍ଗରେ ଶାସନ କରୁଥିବା ତୃଣମୂଳ କଂଗ୍ରେସ ପାଇଁ ଏକ ଧକ୍କା ସଦୃଶ ହୋଇଛି । ଅନ୍ୟପକ୍ଷରେ ହାଇକୋର୍ଟ ମଧ୍ୟ ବିଜେପି ଉପରେ ଅଙ୍କୁଶ ଲଗାଇବାକୁ ଭୁଲିନାହାନ୍ତି । ଏହି ରଥଯାତ୍ରା ବେଳେ ଯଦି କୌଣସି ଧନଜୀବନ ହାନୀ ଘଟେ ସେଥିପାଇଁ ଦଳ ଦାୟୀ ରହିବ ବୋଲି କୋର୍ଟ କହିଛନ୍ତି । ରାଜ୍ୟ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ କହିଛନ୍ତି ଯେ ତାଙ୍କ ଦଳ କୋର୍ଟର ନିର୍ଦ୍ଦେ ଶକୁ ପାଳନ କରିବ ।

ରାଜ୍ୟରେ ଏହି ଗଣତନ୍ତ୍ର ବଞ୍ଚାଅ ରଥଯାତ୍ରା ପାଇଁ ଦଳ ୩ଟି ତାରିଖ ସ୍ଥିର କରିଛି । ସେଗୁଡିକ ହେଉଛି ଡିସେମ୍ବର ୨୨ ( କୁଚବିହାର), ୨୪ ( ଚବିଶ ଫଗଣା ଅନ୍ତର୍ଗତ କକଦ୍ୱୀପ ଓ ଡିସେମ୍ବର ୨୬ ( ବୀରଭୂମ ଜିଲ୍ଲାର ତାରାପୀଠ) ।

ସମ୍ବନ୍ଧିତ ଖବର