ସଂପର୍କୀୟ ଝିଆରୀକୁ ଦୁଷ୍କର୍ମ ଅଭିଯୋଗରେ ହାବିଲଦାର ଗିରଫ

ଭୁବନେଶ୍ୱର: ନିଜ ସଂପର୍କୀୟ ଝିଆରୀକୁ ଦୁଷ୍କର୍ମ ଅଭିଯୋଗରେ ରାଜଧାନୀ ଭୁବନେଶ୍ୱରରେ କାର୍ଯ୍ୟରତ ଜଣେ ହାବିଲଦାର ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ହାବିଲଦାରଙ୍କ ନାମ ବିଜୟ କୁମାର ସେଠୀ। ସେ କ୍ୟାପିଟାଲ ଥାନାରେ କାର୍ଯ୍ୟରତ ଅଛନ୍ତି।

ସୂଚନା ଅନୁସାରେ ନିଲମ୍ବିତ ହାବିଲଦାର ବିଜୟ କୁମାର ସେଠୀ ସହିଦ ନଗର ଥାନା ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ପିତା-ମାତାଙ୍କୁ ହରାଇଥିବା ସଂପର୍କୀୟ ଝିଆରୀକୁ ନିଜ ପାଖରେ ରଖିଥିଲେ। ନାବାଳିକା ଦାଦା-ଖୁଡ଼ି ପାଖରେ ରହି ଏକ ସ୍ଥାନୀୟ ଅଂଚଳର ଏକ ସ୍କୁଲରେ ହାଇସ୍କୁଲ ଛାତ୍ରୀ ଥିଲା। ଏତଦ୍‌ ବ୍ୟତୀତ ନାବାଳିକା ଘରକାମ ମଧ୍ୟ କରୁଥିଲା। କିନ୍ତୁ ବିବାହିତ ହାବିଲଦାର ବିଜୟ ନିଜର ସ୍ତ୍ରୀ ଓ ପିଲାଛୁଆ ଥାଇ ସତ୍ତ୍ୱେ ମଧ୍ୟ ସଂପର୍କୀୟ ଝିଆରୀ ଉପରେ ନଜର ପକାଇଥିବା ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

ତେବେ ପରିବାର ପକ୍ଷରୁ ସହିଦ ନଗର ଥାନାରେ ଅଭିଯୋଗ ହେବା ଘଟଣା ପଦାକୁ ଆସିଛି। ପୁଲିସ ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ଘୃଣ୍ୟ କାମକୁ ବୁଦ୍ଧିଜୀବୀମାନେ ତୀବ୍ର ନିନ୍ଦା କରିଛନ୍ତି। ବିଜୟ କୁମାର ସେଠୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର