ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ବୀରମହାରାଜପୁର ଥାନା ଅନ୍ତର୍ଗତ ମହଦା ପୋଲ ନିକଟରେ ଆଜି ସକାଳେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛିl ଫଳରେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତିl 

Advertisment

ସୂଚନା ଅନୁସାରେ ଆଜି  ସକାଳୁ ଏକ  କାର ସୋନପୁର ପଟରୁ ବୀରମହାରାଜପୁର ପଟକୁ ଯାଉଥିବା ବେଳେ ମହଦା ପୋଲ ନିକଟରେ ଚକ ଫାଟି  ଯିବାରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲାl କାରରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ କେତେ ଜଣ ଥିଲେ ତାହା ସ୍ପଷ୍ଟ ହୋଇନାହିଁl

ଦୁର୍ଘଟଣା ପରେ ଗାଡ଼ି ଚାଳକ ଫେରାର ହୋଇଯାଇଥିବା ପୁଲିସ୍ ସୂଚନା ଦେଇଛି। ଖବର ପାଇ ବୀରମହାରାଜପୁର ପୁଲିସ  ଘଟଣାସ୍ଥଳରେ ପହଞ୍ଚି  ଅଧିକ ତଦନ୍ତ ଜାରି ରଖିଛିl