ସୋର : ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଷ୍ଟାର ହୋଟେଲ ନିକଟରେ ଏକ ଯାତ୍ରୀବାହୀ ବସ କାରକୁ ଧକ୍କା ଦେବାରୁ କାର୍ ଚାଳକ ଡାକ୍ତର ଜଣଙ୍କ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଆଜି ପୂର୍ବାହ୍ନରେ ତଳନଗର ପଂଚାୟତ ଅଙ୍କୁରଖାର୍ଜୀ ଗ୍ରାମର ଡାକ୍ତର ସତ୍ୟନାରାୟଣ ପଣ୍ଡା ବାସୁଦେବପୁରରେ ଥିବା ନିଜ କ୍ଲିନିକକୁ ଯାଉଥିଲେ। ଷ୍ଟାର ହୋଟେଲ ନିକଟରେ ହୋଇଥିବା ଡାଇଭର୍ସନରେ ଛିଡ଼ା ହୋଇଥିବା ବେଳେ ଓଡି ୦୧ ୟୁ ୧୨୧୨ ନମ୍ବର ବିଶିଷ୍ଟ ଯାତ୍ରୀବାହୀ ପଣ୍ଡା ବସ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଡାକ୍ତର ପଣ୍ଡା ଗୁରୁତର ଆହତ ହୋଇଥିଲେ।
ତଳନଗର ପଂଚାୟତ ଅଙ୍କୁରଖାର୍ଜୀ ଗ୍ରାମର ଡାକ୍ତର ସତ୍ୟନାରାୟଣ ପଣ୍ଡା ବାସୁଦେବପୁରରେ ଥିବା ନିଜ କ୍ଲିନିକକୁ ଯାଉଥିଲେ। ଷ୍ଟାର ହୋଟେଲ ନିକଟରେ ହୋଇଥିବା ଡାଇଭର୍ସନରେ ଛିଡ଼ା ହୋଇଥିବା ବେଳେ ଓଡି ୦୧ ୟୁ ୧୨୧୨ ନମ୍ବର ବିଶିଷ୍ଟ ଯାତ୍ରୀବାହୀ ପଣ୍ଡା ବସ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଡାକ୍ତର ପଣ୍ଡା ଗୁରୁତର ଆହତ ହୋଇଥିଲେ। ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ଗାଡ଼ି ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରି ଥାନାରେ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ଗାଡ଼ି ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରି ଥାନାରେ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।