ବିନିକା: ଭାରସାମ୍ୟ ହରାଇ ଘରକୁ ପଶିଲା କାରI କାର ଚାଳକ ଫେରାର। ଅଳ୍ପକେ ବର୍ତିଲେ ପରିବାର ୭ଜଣ ଲୋକେ I

Advertisment

ଆଜି ସକାଳୁ ସୋନପୁର-ବିନିକା ମୁଖ୍ୟ ରାସ୍ତା ସଂସାମୁରା ଛକରେ ସୋନପୁର ପଟରୁ ଦ୍ରୁତ ଗତିରେ ଆସି ଓଡି୩୩ ଜେଡ୍-୮୭୫୭ କାର ସଂସାମୁରା ଗାଁର ଦୁର୍ଯ୍ୟୋଧନ ସାଥୁଆଙ୍କ ମାଟି ଘର ଭିତରକୁ ପଶି ଯାଇଛି I ଫଳରେ ମାଟିଘର ଭାଙ୍ଗି ଚୁରମାର ହେବା ସହିତ ଘରେ ଥିବା ପରିବାରର ୭ ଜଣ ସଦସ୍ୟ ଅଳ୍ପକେ ବର୍ତି ଯାଇଛନ୍ତି।

 ଏଇ ଦୁର୍ଘଟଣାଗସ୍ତ କାରରେ ଗଞ୍ଜେଇ ବାସ୍ନା ଆସୁଥିବାରୁ ଗଞ୍ଜେଇ ଭର୍ତ୍ତି ହୋଇଥିବା ଜନସାଧାରଣରେ ଚର୍ଚ୍ଚା ହେଉଛି। ଖବର ପାଇଁ ଘଟଣା ସ୍ଥଳକୁ ବିନିକା ଥାନା ମହାଦେବପାଲି ଫାଣ୍ଡି ପୁଲିସ ପହଞ୍ଚି ଗାଡ଼ିକୁ ଜବତ କରିଛିI