ଭୁବନେଶ୍ବର: ଦ୍ରୁତଗତି ମହାବିପତ୍ତି। ଉଣାଅଧିକେ ସମସ୍ତେ ଏହା ଜାଣିଥାନ୍ତି। ତଥାପି ରାସ୍ତାରେ ଯିବା ବେଳେ ସାମାନ୍ୟ ଅବହେଳା କାରଣରୁ ଅଘଟଣର ଶିକାର ହୋଇଥାନ୍ତି। ରାଜଧାନୀ ଭୁବନେଶ୍ବରର ମଞ୍ଚେଶ୍ବର ଥାନା ଅଞ୍ଚଳରେ ଶନିବାର ଭୋର୍ ସମୟରେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର୍ ଧକ୍କାରେ ଏକ ବିଦ୍ୟୁତ୍ ଖୁଣ୍ଟ ଓ ଅନ୍ୟ ଏକ ପୋଲ ଭାଙ୍ଗି ଯାଇଛି। ଦ୍ରୁତଗାମୀ କାର୍ର ସମ୍ମୁଖ ମଧ୍ୟ ଭାଙ୍ଗି ଚୁରମାର ହୋଇଯାଇଛି।
/sambad/media/media_files/2025/05/31/69zf14db9PK9PweNiuzi.jpg)
ମଞ୍ଚେଶ୍ବର ଥାନା ଅଧୀନ ସମେଇଗାଡ଼ିଆରେ ଦୁର୍ଘଟଣାଗ୍ରସ୍ତ ପୂର୍ବରୁ କାର୍(୨୪ବିଏଚ୍୧୯୭୨ଜି)ଟି କୁଆଖାଇ ନଦୀ ପାର୍ଶ୍ବରୁ ସମ୍ଭବତଃ ଚକେଇସିଆଣୀ ଆଡ଼କୁ ଅଗ୍ରସର ହେଉଥିଲା। ଗଙ୍ଗୁଆନାଳ ପୋଲ ଅତିକ୍ରମ କରିବା ପୂର୍ବରୁ ଆପଲୋ ମେଡିସିନ୍ ଷ୍ଟୋର ନିକଟରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟ ଓ ଅନ୍ୟ ଏକ ପୋଲକୁ କାର୍ଟି ଶକ୍ତ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ କାରଟି ଘଟଣାସ୍ଥଳରୁ ପ୍ରାୟ ୨୦ମିଟର ପଛକୁ ଫେରିଥିଲା। କାର୍ର ବେଲୁନ ମଧ୍ୟ ଫାଟିଯାଇଛି। କାର୍ର ଚାଳକ ଗୁରୁତର ଥିବା କୁହାଯାଉଛି। ଏହି ଘଟଣା ଭୋର୍ ସକାଳୁ ଘଟିଥିବାରୁ ଘଟଣା ସଂପର୍କରେ ଅଧିକ ଜଣାପଡ଼ି ନାହିଁ। କାରରେ କେତେ ଜଣ ଲୋକ ଥିଲେ, ତାଙ୍କୁ କିଏ ଉଦ୍ଧାର କରିଥିବେ ସେନେଇ ମଧ୍ୟ କୌଣସି ସୂଚନା ନାହିଁ।
ସ୍ଥାନୀୟ ଲୋକେ ମଧ୍ୟ ଏବାବଦରେ କିଛି କହିପାରୁ ନାହାନ୍ତି। କିନ୍ତୁ ଘଟଣାସ୍ଥଳର ପାରିପାର୍ଶ୍ବିକ ସ୍ଥିତି କହୁଛି, ଏହା ଅତି ଭୟଙ୍କର ଥିଲା। ଯଦି ଦିନ ସମୟରେ ଏହି ଦୁର୍ଘଟଣା ଘଟିଥାନ୍ତା, ନିଶ୍ଚିତ ଭାବେ ଜନଜୀବନକୁ ପ୍ରଭାବିତ କରିଥାନ୍ତା ବୋଲି ଅନୁମାନ କରାଯାଉଛି।
ମଞ୍ଚେଶ୍ବର ଥାନା ଅଧୀନ ସମେଇଗାଡ଼ିଆରେ ଦୁର୍ଘଟଣାଗ୍ରସ୍ତ ପୂର୍ବରୁ କାର୍(୨୪ବିଏଚ୍୧୯୭୨ଜି)ଟି କୁଆଖାଇ ନଦୀ ପାର୍ଶ୍ବରୁ ସମ୍ଭବତଃ ଚକେଇସିଆଣୀ ଆଡ଼କୁ ଅଗ୍ରସର ହେଉଥିଲା। ଗଙ୍ଗୁଆନାଳ ପୋଲ ଅତିକ୍ରମ କରିବା ପୂର୍ବରୁ ଆପଲୋ ମେଡିସିନ୍ ଷ୍ଟୋର ନିକଟରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟ ଓ ଅନ୍ୟ ଏକ ପୋଲକୁ କାର୍ଟି ଶକ୍ତ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ କାରଟି ଘଟଣାସ୍ଥଳରୁ ପ୍ରାୟ ୨୦ମିଟର ପଛକୁ ଫେରିଥିଲା। କାର୍ର ବେଲୁନ ମଧ୍ୟ ଫାଟିଯାଇଛି। କାର୍ର ଚାଳକ ଗୁରୁତର ଥିବା କୁହାଯାଉଛି। ଏହି ଘଟଣା ଭୋର୍ ସକାଳୁ ଘଟିଥିବାରୁ ଘଟଣା ସଂପର୍କରେ ଅଧିକ ଜଣାପଡ଼ି ନାହିଁ। କାରରେ କେତେ ଜଣ ଲୋକ ଥିଲେ, ତାଙ୍କୁ କିଏ ଉଦ୍ଧାର କରିଥିବେ ସେନେଇ ମଧ୍ୟ କୌଣସି ସୂଚନା ନାହିଁ।
ରିପୋର୍ଟ ଲେଖାଯିବା ବେଳକୁ ଦୁର୍ଘଟଣାଗ୍ରସ୍ତ କାରଟି ଘଟଣାସ୍ଥଳରେ ରହିଛି। ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଥିବାରୁ ସମେଇଗାଡ଼ିଆରେ ବିଦ୍ୟୁତ ସରବରାହ ସ୍ଥଗିତ ରହିଛି। ବିଦ୍ୟୁତ୍ ବିନା ଲୋକେ ବିରକ୍ତି ପ୍ରକାଶ କରୁଛନ୍ତି। ବିଦ୍ୟୁତ ବିଭାଗର କର୍ମଚାରୀ ପୁଣି ଥରେ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବାକୁ ଉଦ୍ୟମ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/05/31/luuvJx29rxRxdH4ljReE.jpg)