ପୁରୀ: ଆଜି ପୁଣିଥରେ ଆରମ୍ଭ ହୋଇଛି ରଥଟଣା | ଦ୍ଵିତୀୟଦିନରେ ବଡ଼ଦାଣ୍ଡରେ ଗଡୁଛି ମହାପ୍ରଭୁଙ୍କ ରଥ | ମିଳିଥିବା ସୂଚନା ମୁତାବକ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ରଥ ଗଡିଥିବାବେଳେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ବି ଗଡିଛି | ଘଣ୍ଟ, ହୁଳହୁଳିରେ ବଡଦାଣ୍ଡ ପ୍ରକମ୍ପିତ ହେଉଥିବାବେଳେ ଲକ୍ଷାଧିକ ଶ୍ରଦ୍ଧାଳୁ ସମବେତ ହୋଇଛନ୍ତି |
ବାସ୍ତବରେ ଗତକାଲି ସିଂହଦ୍ବାରରେ ଅଟକିରହିଥିଲେ ମହାବାହୁ। ବଳଭଦ୍ରଙ୍କଙ୍କ ରଥ ବଳଗଣ୍ଡି ଓ ଦେବୀ ସୁଭଦ୍ରାଙ୍କ ରଥ ମାର୍କେଟ୍ ଛକ ନିକଟରେ ଅଟକି ରହିଥିଲା । ଉଲ୍ଲେଖ ଥାଉ କି ଗତକାଲି ବାରମ୍ବାର ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ମୋଡ଼ ନେଇଥିଲା। ଡାହାଣ ପାର୍ଶ୍ବକୁ ମୋଡ଼ ଖାଇଥିଲା ବଡ଼ ଠାକୁରଙ୍କ ରଥ। ବାରମ୍ବାର ଫାଳି ଲାଗିବାରୁ ୪୦୦ ମିଟର ବାଟ ପାଇଁ ଅଢ଼େଇ ଘଣ୍ଟା ଲାଗିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/06/28/ratha-jatra-2025-06-28-10-26-57.jpg)