ବାଙ୍ଗିରିପୋଷି: ବାଙ୍ଗିରିପୋଷି ଥାନା ଧଡାଙ୍ଗିରି ନିକଟସ୍ଥ ନୟନଯୋଡ଼ିକୁ ଖସିପଡିଛି ଏକ କିଆ ସେଲଟସ କାର। ପାଣି ଅଳ୍ପ ଥିବାରୁ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ପରିବାର। ପରିବାର ସହିତ ଅଯୋଧ୍ୟାରୁ ବୁଲି ସାରି ଟ୍ରେନ ଯୋଗେ ରାଇରଙ୍ଗପୁhରୁ ବାଲେଶ୍ବର ନିଳଗିରି ଯାଉ ଥିଲେ।
ନିଦ ଲାଗିଯିବାରୁ ଭାରସାମ୍ୟ ହରାଇ ବାଙ୍ଗିରିପୋଷି ଥାନା ଧଡାଙ୍ଗିରି ନିକଟସ୍ଥ ନୟନଯୋଡ଼ିରେ ଖସିପଡି ଥିଲା କାର। କାର ମଧ୍ୟରେ ଥିଲେ ତିନି ଜଣ ମହିଳାଙ୍କ ସହିତ ପୁରୁଷ ଓ ଜଣେ ନାବାଳକ। ସ୍ଥାନୀୟ ଜନସାଧାରଣ ଉଦ୍ଧାର କରି ସମସ୍ତଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି। ସମସ୍ତେ ସୁସ୍ଥ ଥିବା ଜଣାପଡିଛି। ବାଙ୍ଗିରିପୋଷି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। କାରରେ ରେମୁଣା ବିଦ୍ୟୁତ୍ ବିଭାଗର ଏସଡିଓ ଇଂ ସରୋଜ ମହାପାତ୍ର ଓ ଭଦ୍ରକ ବିଦ୍ୟୁତ୍ ବିଭାଗ ସ୍କ୍ବାଡ୍ ଇନଚାର୍ଜ ବୀରକିଶୋର ଦାସଙ୍କ ପରିବାର ଥିବା ଜଣାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/WT3IK6aVznMxx5HohI88.jpg)