କୋଭାକ୍ସିନ୍ ଟିକା ନେଇଥିଲେ ସହବାସ ବେଳେ ସତର୍କତା ରଖିବା ଜରୁରୀ: ବିଶେଷଜ୍ଞ

ନୂଆଦିଲ୍ଲୀ:ସାରାଦେଶରେ କରୋନା ଟିକାକରଣ ଚାଲିଥିବାବେଳେ, କୋଭାକ୍ସିନ ଟିକା ନେଉଥିଲେ କେମିତି ସତର୍କତା ଅବଲମ୍ବନ କରିବେ ସେ ନେଇ କିଛି ଜରୁରୀ ତଥ୍ୟ ସାମ୍ନାକୁ ଆସିଛି । ବିଶେଷଜ୍ଞଙ୍କ ମତରେ କୋଭାକ୍ସିନ ଟିକା ନେଇଥିଲେ ସହବାସ ବେଳେ ସତର୍କତା ରଖିବା ଜରୁରୀ । ପ୍ରତିଷେଧକ ନେଇ ଶାରୀରିକ ସଂପର୍କ ରଖିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଚାଲିଥିବାବେଳେ ପରୀକ୍ଷଣରେ ସାମିଲ ହେଉଥିବା ସ୍ୱେଚ୍ଛାସେବୀଙ୍କୁ ଏଭଳି ପରାମର୍ଶ ଦିଆଯାଇଥିଲା । ହେଲେ, ଜାନୁଆରି ୧୬ ତାରିଖରୁ ଦେଶରେ ଆରମ୍ଭ ହୋଇଥିବା ସମୂହ କୋଭିଡ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ଗାଇଡଲାଇନରେ ଏଭଳି ସତର୍କ ସୂଚନା ଜାରି କରାଯାଇନାହିଁ ।

Why we shouldn't get too excited about a Covid vaccine

ବିଶେଷଜ୍ଞ ଡାକ୍ତରଙ୍କ କହିବାନୁସାରେ, ସ୍ୱଦେଶୀ ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଜାରି ରହିଛି । ତେଣୁ ଏହି ଟିକାର ଗର୍ଭରେ ଥିବା ଭୃଣ ଉପରେ କ’ଣ ପ୍ରଭାବ ରହିବ ତାହା ଜଣାନାହିଁ । ସୁରକ୍ଷା ଦୃଷ୍ଟିରୁ କୋଭାକ୍ସିନ ଟିକା ନେଉଥିଲେ ଅନୂନ୍ୟ ୩ ମାସ ପାଇଁ ସହବାସରୁ ଦୂରେଇ ରହିବା କିମ୍ବା ଶାରୀରିକ ସଂପର୍କ ରଖିଲା ବେଳେ ପ୍ରତିଷେଧକ ଗ୍ରହଣ କରିବା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ଡାକ୍ତର ।

ସମ୍ବନ୍ଧିତ ଖବର