ବେଜିଂ: କରୋନା ଭାଇରସ୍କୁ ନେଇ ପୂର୍ବରୁ ଅନେକ ଗବେଷଣା ହୋଇ ସାରିଛି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଏହି କରୋନା ଭାଇରସ୍ ବିଲେଇମାନଙ୍କ କ୍ଷେତ୍ରରେ ବେଶି ସଂକ୍ରମିତ ହେଉଛି। ମାତ୍ର ବଡ଼ କଥା ହେଉଛି, ବିଲେଇମାନେ କରୋନା ପଜିଟିଭ୍ ରହି ମଧ୍ୟ ସେମାନଙ୍କ ମୃତ୍ୟୁ ହାର ପ୍ରାୟ ନାହିଁ କହିଲେ ଚଳେ। ଅର୍ଥାତ, ବୈଜ୍ଞାନିକମାନଙ୍କ କହିବା କଥା ହେଉଛି ସେମାନଙ୍କ ନିକଟରେ ଏପରି ଏକ ଆଣ୍ଟିବଡି ରହିଛି ଯାହାକି କୋଭିଡ-୧୯କୁ ହରାଇବାରେ ସମର୍ଥ ହେଉଛି।
ଚୀନ୍ ସହରର ହୁଆଜୋଙ୍ଗ କୃଷି ବିଶ୍ୱବିଦ୍ୟାଳୟର ଗବେଷକମାନେ ପ୍ରାୟ ୧୦୨ ଜଣ ବିଲେଇଙ୍କ ରକ୍ତ ନମୁନା ନେଇ ଏହି ଗବେଷଣା କରିଥିଲେ। ସେମାନଙ୍କ ନିକଟରୁ ନାଜାଲ୍ ଏବଂ ଆନାଲ୍ ସ୍ବାବ ମଧ୍ୟ ଗ୍ରହଣ କରାଯାଇଥିଲା।
ଏମର୍ଜିଂ ମାଇକ୍ରୋବସ୍ ଆଣ୍ଡ ଇନଫେକ୍ସନ୍ସ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରୁ ଜାଣିବାକୁ ମିଳିଛି ଯେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ମଧ୍ୟରେ ଆଣ୍ଟିବଡି ଥିବା ଦେଖିବାକୁ ମିଳିିଥିଲା।
/sambad/media/post_attachments/wp-content/uploads/2020/09/download-17-300x154.jpg)
ଯେଉଁ ୧୦୨ ବିଲେଇଙ୍କୁ ଗବେଷଣାରେ ସାମିଲ୍ କରାଯାଇଥିଲା ସେମାନଙ୍କ ମଧ୍ୟରୁ ୪୬ ଜଣଙ୍କୁ ପୋଷ୍ୟ ହସ୍ପିଟାଲ୍ରୁ ଅଣାଯାଇଥିବା ବେଳେ ୪୧ ଜଣ ବିଲେଇଙ୍କୁ ୩ଟି ପଶୁ ଆଶ୍ରୟସ୍ଥଳୀରୁ ଓ ଅନ୍ୟ ୧୫ ଜଣ ବିଲେଇଙ୍କୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପରିବାରରୁ ଅଣା ଯାଇଥିଲା।
ଏମାନଙ୍କ ମଧ୍ୟରୁ ଅଧିକ ମାତ୍ରାରେ ଆଣ୍ଟିବଡି ଥିବା ୩ଟି ବିଲେଇ କରୋନା ପଜିିଟିଭ୍ ଚିହ୍ନଟ ହୋଇଥିବା ୩ ଜଣ ମାଲିକଙ୍କର ଥିଲେ ବୋଲି ଜାଣିବାକୁ ମିଳିଛି। ଅନ୍ୟମାନେ ପୋଷ୍ୟ ଚିକିତ୍ସାଳୟରୁ ସଂକ୍ରମିତ ହୋଇଥିଲେ।