ଆଧୁନିକ ଯୁଗରେ ବି ଗୁମ୍ଫାରେ ରହୁଛନ୍ତି ଏହି ବ୍ୟକ୍ତି, ଦୂରଦୂରାନ୍ତରୁ ଦେଖା କରିବାକୁ ଆସୁଛନ୍ତି ମହିଳା !

ଆଜି ଆମେ ଆପଣଙ୍କୁ ଜଣେ ଆଦିମ ମଣିଷଙ୍କ ସହ ଦେଖା କରିବାକୁ ଯାଉଛୁ । ଡରନ୍ତୁ ନାହିଁ, ସେ ଆମ ଭଳିି ଜଣେ ସାଧାରଣ ମଣିଷ। ଫରକ ଏତିକି ଯେ ସେ ବିନା କପଡାରେ ଗୁମ୍ଫାରେ ରହିବାକୁ ପସନ୍ଦ କରନ୍ତିି । ଆଉ ଏକଥା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ସେ ଗୁମ୍ଫାରେ ରହୁଛନ୍ତି ସତ କିନ୍ତୁ ଫେସବୁକ୍‌ ଟୁଇଟର ବ୍ୟବହାର କରୁଛନ୍ତିି । ଆପଣ ଏବେ ଭାବୁଥିବେ ଯେ ଗୁମ୍ଫାରେ ରହୁଥିବା ମଣିଷ ଫେସବୁକ୍‌ କିପରି ବ୍ୟବହାର କରୁଛନ୍ତି ? ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ଏହା ଏବେ ତାଙ୍କର ଏକ ଅଭ୍ୟାସରେ ପରିଣତ ହୋଇଗଲାଣି । ସୋସିଆଲ ମିଡିଆରେ ଯେତେବେଳେ ଏହି ଘଟଣା ସାମ୍ନାକୁ ଆସିଲା ଲୋକେ ତାଙ୍କୁ ‘କେଭ୍‌ ମ୍ୟାନ୍‌’ ଡାକିବାକୁ ଲାଗିଲେ । ଏହି ବ୍ୟକ୍ତି ଜଣଙ୍କ ଥାଇଲ୍ୟାଣ୍ଡରେ ରହନ୍ତି। ସୋସିଆଲ ମିଡିଆରେ ଗୁମ୍ଫା ଭିତରେ ବିନା କପଡାରେ ବିଭିନ୍ନ ଫଟୋ ପୋଷ୍ଟ କରୁଥିବା ସେ ନଜର ଆସୁଛନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଏହି ଫଟୋରେ ବ୍ୟକ୍ତିଙ୍କ ସହ ବିଭିନ୍ନ ମହିଳାଙ୍କୁ ଦେଖିବାକୁ ମିଳୁଛି । ଆଧୁନିକ ଯୁଗର ଏହି ଆଦି ମାନବଙ୍କ ଅସଲ ନା ହେଉଛି ‘ଲୋଥିରୋ ଚାଟପୁମେ ଲୋସିରି’ ।

ସେ ସୋସିଆଲ ମିଡିଆରେ ଏହା ମଧ୍ୟ କହିଛନ୍ତିି ଯେ ତାଙ୍କ ପାଖରେ ଏକ ଈଶ୍ୱରଦତ୍ତ ଶକ୍ତି ଅଛି ଯାହା ଫଳରେ ତାଙ୍କ ପାଖକୁ ମହିଳାମାନେ ଆପେ ଆପେ ଚାଲି ଆସୁଛନ୍ତି । ଏହି କାରଣରୁ ଅନେକ ଦୂରରୁ ମହିଳାମାନେ ତାଙ୍କ ପାଖକୁ ଆସୁଛନ୍ତି। ‘କେଭ୍‌ ମ୍ୟାନ୍‌’ ସୋସିଆଲ୍‌ ମିଡିଆରେ ଏତେ ପ୍ରସିଦ୍ଧ ହୋଇଯାଇଛନ୍ତି ଯେ ତାଙ୍କର ବର୍ତ୍ତମାନ ୮୦ ହଜାର ଫଲୋୟର ଅଛନ୍ତି ।

ସମ୍ବନ୍ଧିତ ଖବର