ମୁମ୍ବାଇ: ବଲିଉଡରେ ଡ୍ରଗ୍ସ ଲିଙ୍କ୍ ମାମଲାରେ ଗତକାଲି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର ଏବଂ ସାରା ଅଲି ଖାନଙ୍କୁ ଜେରା କରିଥିଲେ। ଦୀପିକା କରିସ୍ମାଙ୍କ ସହ ଡ୍ରଗ୍ସକୁ ନେଇ ଚାଟ୍ କରିଥିବା କଥା ସ୍ବୀକାର କରିଥିବା ବେଳେ ସାରା ଏବଂ ଶ୍ରଦ୍ଧା ଡ୍ରଗ୍ସ ନେଉଥିବା କଥାକୁ ଅସ୍ବୀକାର କରିଥିଲେ।
ପୂର୍ବରୁ ଏନସିବି ଡ୍ରଗ୍ସ ସହ ଜଡ଼ିତ କଳାକାରଙ୍କୁ ପଚରାଉଚରା କରି ସାରିଥିବା ବେଳେ ଏବେ ଦୀପିକା, ସାରା, ଶ୍ରଦ୍ଧା, ରାକୁଲ, ସିମୋନ, କରିସ୍ମା୍ ଏବଂ ଜୟାଙ୍କ ଫୋନ ଜବତ କରିଛନ୍ତି ଏନସିବି। ଦୀପିକା ପାଦୁକୋନଙ୍କୁ ପଚରାଉଚରା ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଶୁଣିବାକୁ ମିଳୁଛି ପଚରାଉଚରା ସମୟରେ ଦୀପିକା ତିନିଥର କାନ୍ଦି ପକାଇଥିଲେ।
ABP Live - ABP Newsପ୍ରକାଶିତ ରିପୋର୍ଟ ମୁତାବକ, ବଲିଉଡରେ ଡ୍ରଗ୍ସ ଲିଙ୍କ୍ ମାମଲାରେ ଏନସିବି ଦୀପିକା ପାଦୁକୋନଙ୍କୁ ପଚରାଉଚରା କରୁଥିଲେ। ଏହି ସମୟରେ ଦୀପିକା ତିନିଥର ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ ଏବଂ କିଛି ନୀରବ ବି ରହିଥିଲେ। ଏହାପରେ ଏନସିବି ଦୀପିକାଙ୍କୁ ଭାବପ୍ରବଣ କାର୍ଡ ନ ଖେଳି ସତ କହିବାକୁ କହିଥିଲେ। କୁହାଯାଉଛି ଯେ ଏନସିବି ଅଧିକାରୀମାନେ ହାତଯୋଡ଼ି ଦୀପିକାଙ୍କୁ ତଦନ୍ତରେ ସହଯୋଗ କରିବାକୁ କହିଥିଲେ।
ଏନସିବି ଅଧିକାରୀ ଦୀପିକାଙ୍କୁ କହିଛନ୍ତି ଯେ ସେ ଯେତେ ଶୀଘ୍ର ସତ୍ୟ ପ୍ରକାଶ କରିବେ, ତାହା ଆପଣଙ୍କ ପାଇଁ ଭଲ ହେବ। ଏନସିବି ଦୀପିକା ପାଦୁକୋନଙ୍କ ମୋବାଇଲ୍ ଜବତ କରିବା ସହିତ ଅନ୍ୟ ଦିଗରୁ ତଦନ୍ତକୁ କଡ଼ାକଡ଼ି କରି ଦେଇଛି। ପଚରାଉଚରା ସମୟରେ ଦୀପିକା ସ୍ୱୀକାର କରିଥିଲେ ଯେ ସେ କରିସ୍ମା ପ୍ରକାଶଙ୍କ ସହ ଡ୍ରଗ୍ ଚାଟ୍ କରିଥିଲେ। କିନ୍ତୁ ଦୀପିକା ଡ୍ରଗ୍ସ ଯୋଗାଣ ଅସ୍ୱୀକାର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Untitled-1-copy-26.jpg)