ଦେଓଗାଁ/ତୁଷୁରା: ପାର୍ବଣ ଆସିଥିଲେ ମାଙ୍କ ଚଳଚଞ୍ଚଳ ହୁଏ ଗାଁ ଠୁ ସହର। କେଉଁଠି ମାଙ୍କୁ ମନ୍ଦିର ରେ ଆହ୍ବାନ କରାଯାଏ ତ ପୁଣୀ କେଉଁଠି ସୁ ଉଚ୍ଚ ତୋରଣ ନିର୍ମାଣ କରି ମା ଙ୍କ ମୂର୍ତ୍ତି କୁ ଦଶ ହରା ରେ ପୂଜା କରାଯାଏ। ହେଲେ   ବଲାଙ୍ଗୀରଜିଲ୍ଲା ରେ ଏମିତି ଏକ ଗାଁ ଅଛି । ଯେଉଁଠି ମାଙ୍କ ପାଇ ହୁଏନି ତିଆରି ହୁଏନି ମେଢ଼ କି ତୋରଣ । ମହାଳୟା ଦିନରୁ କେବଳ ପୀଠରେ ପାଆନ୍ତି ପୂଜା। ଦେବୀଙ୍କ ପ୍ରତି ଅଗାଢ ବିଶ୍ୱାସ ରହିଥିବାରୁ ସମଲେଇ ଯାତ୍ରା ପାଇଁ ଗାଁରେ ମେଢ଼ ପୂଜା ହୁଏନି। 
         
Advertisment

ତୁଷୁରା ହେଉଛି ଏକ ଐତିହସିକ ସହର। ଏଠାରେ ମହାନ ସମ୍ରାଟ ଐର ଖାରବେଳଙ୍କ କୀର୍ତ୍ତି ବେଶ ଜଡ଼ିତ। ଏଥିସହ ମା ସମଲେଶ୍ୱରୀଙ୍କ ଇତିହାସ ମଧ୍ଯ ଜଡ଼ିତ ରହିଛି। ବର୍ତ୍ତମାନର ତୁଷୁରା ତୋଷାଳି ଗଡ଼ ରୂପେ ତେଲ ନଦୀ ଓ ସୋନଗଡ଼ ନଦୀର ସଙ୍ଗମ ସ୍ଥଳୀରେ ଅବସ୍ଥିତ ଥିଲା । ତୁଷୁରା ସମଲେଶ୍ୱରୀ ମାଙ୍କୁ ନେଇ ଅନେକ ପୌରାଣିକ କଥା ରହିଛି। ଏଠି ମାଙ୍କ ପ୍ରତି ଲୋକଙ୍କ ଢେର ବିଶ୍ୱାସ ରହିଛି।  ସମ୍ରାଟ ଐର ଖାରବେଳ ତାଙ୍କ ଖଜଣା ଆଦାୟ ଓ ସାମରିକ ସୁରକ୍ଷା ହେତୁ ଏଠାରେ ଏକ ଗଡ଼  ନିର୍ମାଣ କରିଥିଲେ। କିମ୍ବଦନ୍ତୀ ରହିଛି  ରାଜା ସେ ସମୟରେ ଗଡ଼ର ସୁରକ୍ଷା ପାଇଁ ଏକ ଶକ୍ତି ପ୍ରତିଷ୍ଠା କରିଥିଲେ। କାଳର ପୃଷ୍ଠାରେ ରାଜସାହି ନିରବିଗଲା , ତୋଷାଳି ଗଡ଼ ତୁଷୁରା ନାମେ ପରିଚୟ ପାଇ  ନଦୀ ସଙ୍ଗମରୁ ବର୍ତ୍ତମାନର ବସ୍ତିକୁ ଚାଲି ଆସିଲା । ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ସୃଷ୍ଟି ହେଲା ଏକ ନୂତନ ଇତିହାସ। ଖୀରଧର ପ୍ରଧାନୀ ନାମ୍ନୀ ଜଣେ କିଶୋର ବୟସ୍କ ଯୁବକ ଛେଳି ଚରାଇବା ସମୟ ରେ  ହଠାତ ମାଙ୍କ ଶକ୍ତି ତାଙ୍କ ଦେହରେ ସଞ୍ଚାର ହେଲା। ଏହି ଘଟଣା ପରେ ଗାଁର ଲୋକମାନେ ମିଶି ସେଠାରେ ନିଜର ପୂଜାର୍ଚ୍ଚନା ଆରମ୍ଭ କଲେ।

ଚଳିତ ବର୍ଷ ମଧ୍ୟ ପରମ୍ପରା ଅନୁଯାୟୀ ଯାତ୍ରା ଆରମ୍ଭ ହୋଇଛି। ମହାଳୟା ଦିନରୁ ପ୍ରତି ଦିନ ମାଙ୍କ ଭିନ୍ନ ଭିନ୍ନ ଅବତାର ହେଉଥିବା ବେଳେ ମହା ଦୀପ ଅଖଣ୍ଡ ଜଳୁଛି। ଲୋକଙ୍କ ମନୋରଞ୍ଜନ ପାଇ ସାଂସ୍କୃତିକ କାର୍ଯ୍ୟକ୍ରମ ବି ଅନୁଷ୍ଠିତ ହେଉଛି। ମାଙ୍କ ଏହି ଯାତ୍ରାରେ ପ୍ରବଳ ଭିଡ଼ ହେଉଥିବାରୁ ଏଥିରେ ଛୁଆଁ ଅଛୁଆଁର ପ୍ରଥା ରହି ନ ଥାଏ। ସମସ୍ତେ ମନ୍ଦିରକୁ ପ୍ରବେଶ କରି ଦର୍ଶନ କରିଥାନ୍ତି। ଗାଁ ଲୋକଙ୍କ ଗୁହାରୀ ଶୁଣିବା ପାଇଁ ମା ନିଜେ ବରୁଆ ଦେହରେ ଆବିର୍ଭାବ ହୋଇ ପ୍ରତି ଘରକୁ ଯାଇ ଅଷ୍ଟମୀ ତିଥିରେ ଦର୍ଶନ ଦେଇ ଗୁହାରୀ ଶୁଣନ୍ତି। ତୁଷୁରାରେ ସମଲେଇଙ୍କ ପ୍ରତି ଅତୁଟ ବିଶ୍ୱାସ ରହିଥିବାରୁ ସହରବାସୀ ଦୁର୍ଗା ମେଢ଼ର ପୂଜା କରନ୍ତି ନାହିଁ। ଯାହାକି ଲୋକଙ୍କ ଭାବ ଓ ବିଶ୍ୱାସକୁ ସ୍ଵତନ୍ତ୍ର ପରିଚୟ ଦେଇଛି। ବର୍ତ୍ତମାନ ଯାତ୍ରାକୁ ନଅ ଦିନ ଧରି ଆୟୋଜିତ କରାଯାଉଛି। ମା ଙ୍କ ପୀଠରେ ଅନେକ ପର୍ବପର୍ବାଣୀ ପାଳିତ ହୁଏ। ଚୈତ୍ର ପର୍ବ ଏବଂ ଶାରଦୀୟ ସମଲେଇ ଯାତ୍ରାର ମାହାତ୍ମ୍ୟ ଅନନ୍ୟ। ବିଶ୍ୱାସ ରହିଛି ମାଙ୍କ ଦର୍ଶନରୁ ମନସ୍କାମନା ପୂର୍ଣ୍ଣ ସହ ନିଃସନ୍ତାନଙ୍କ ସନ୍ତାନ ପ୍ରାପ୍ତି ହୋଇଥାଏ।
     
୧୯୫୭ ମସିହା ରେ ପ୍ରଥମ ଶାରଦୀୟ ସମଲେଇ ଯାତ୍ରା ଆରମ୍ଭ ହୋଇଥିଲା । ଲବ ଭୋଇ ମାଙ୍କ ପ୍ରଥମ ସେବକ ରୂପେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ ତାଙ୍କ ପରେ ତାଙ୍କ ପୁଅ ପୁରନ୍ଦର ଏବଂ ବର୍ତ୍ତମାନ ଗୋପାଳ ଭୋଇ ଓ ତାଙ୍କ ପରିବାର ମାଙ୍କ ନୀତିକାନ୍ତି ସମ୍ପାଦନ କରୁଛନ୍ତି। ଲୋକଙ୍କ ଦୁଃଖ ହରଣ ପାଇଁ ପ୍ରତି ବର୍ଷ ଆଶ୍ଵିନ ମାସ ଶୁକ୍ଳ ପକ୍ଷ ମହାଷ୍ଟମୀରେ ମା ମନ୍ଦିରରୁ ବାହାରି ନଗରକୁ ବିଜେ କରନ୍ତି। ସହରର ପ୍ରତ୍ୟେକ ଘରକୁ ଯାଇ ତାଙ୍କ ଗୁହାରି ଶୁଣନ୍ତି। ମା ସମଲେଇ ସର୍ବତ୍ର ୧୬ ଭରଣୀ ବାଦ୍ୟରେ ପ୍ରସନ୍ନ ହେଉଥିବା କ୍ଷେତ୍ରରେ ଏଠାରେ ମା ୧୬ ଭରଣୀ ବାଦ୍ୟ ବ୍ୟତୀତ ଅନ୍ୟ ଏକ ବାଦ୍ୟରେ ଆବିର୍ଭାବ ହୋଇ ଭକ୍ତମାନଙ୍କୁ ଆଶୀର୍ବାଦ ଦିଅନ୍ତି। 