ମାଲକାନଗିରି: ଶେଷ ହୋଇଛି ସହିଦ ସପ୍ତାହ। ସାମ୍ନାକୁ ଆସିଛି ଘଞ୍ଚ ଜଙ୍ଗଲରେ ମହା ଆଡ଼ମ୍ବରରେ ସହିଦ ସପ୍ତାହ ପାଳନର ଚିତ୍ର। ଛତିଶଗଡ଼ ବସ୍ତରର ଦୁର୍ଗମ ଜଙ୍ଗଲରେ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରିଥିବାର ଏକ ଭିଡିଓ ବର୍ତ୍ତମାନ ମାଓ ସଙ୍ଗଠନ ପକ୍ଷରୁ ଜାରି କରାଯାଇଛି। ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି।
ଏହି ଭିଡିଓରେ ମାଓ ସଂଗଠନର ଜନନାଟ୍ଯ ମଣ୍ଡଳିର ଶହ ଶହ ସଦସ୍ୟମାନେ ପାରମ୍ପରିକ ନୃତ୍ୟ କରୁଥିବା ବେଳେ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଏଥିସହ ମାଓବାଦୀଙ୍କ ବରିଷ୍ଠ ନେତା ବସବରାଜୁ ଓ ତାଙ୍କ ସହଯୋଗୀମାନଙ୍କ ପାଇଁ ଏକ ନୂତନ ସ୍ମାରକୀ ନିର୍ମାଣ କରିଥିବା ମଧ୍ୟ ଜଣାପଡିଛି। ସେହିପରି ମାଓ ବ୍ୟାନର୍ରେ “କେନ୍ଦ୍ରୀୟ କମିଟି ସଦସ୍ୟ ଚଳପତି ଓ ଗୌତମ ଅମର ରହେ”, ଅପରେସନ କାଗର ମାଧ୍ଯମରେ ଦମନ ବନ୍ଦ କରିବା ନେଇ ନାରାବାଜି କରିଛନ୍ତି ମାଓ ସଙ୍ଗଠନ।