ନୂଆଦିଲ୍ଳୀ: ୧୭ତମ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଦେଶର ବହୁ ଜଣାଶୁଣା ଚେହେରା ମତଦାନ କରି ନିଜର ନାଗରିକ ଦାୟିତ୍ୱ ତୁଲାଇଛନ୍ତି। ଆଜି ଦେଶର ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ରହିଥିବା ବେଳେ ଭୋଟ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍। ଏମାନଙ୍କ ବ୍ୟତୀତ ଅଭିନେତା ଟର୍ଣ୍ଣଡ ରାଜନେତା ରଜନୀକାନ୍ତ, ଦକ୍ଷିଣ ବେଙ୍ଗାଲୁରର ବିଜେପି ସାଂସଦ ପ୍ରାର୍ଥୀ ତେଜସ୍ୱୀ ଯାଦବ ମଧ୍ୟ ନିଜର ମତ ସାବ୍ୟସ୍ତ କରିଛନ୍ତି।
/sambad/media/post_attachments/wp-content/uploads/2019/04/HEMA_0-300x169.jpeg)
ସେହିପରି ଉତ୍ତରପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ ରାଜ ବାବର୍, ଅଭିନତ୍ରେୀରୁ ରାଜନେତ୍ରୀ ପାଲଟିଥିବା ହେମା ମାଳିନୀ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଭୋଟ ଦେଇଛନ୍ତି। ତାଙ୍କ ସହ ଆହୁରି ୮୫ ଜଣ ପ୍ରାର୍ଥୀ ମଧ୍ୟ ଆଜି ନିଜର ମତ ସାବ୍ୟସ୍ତ କରିଛନ୍ତି।
/sambad/media/post_attachments/wp-content/uploads/2019/04/Actor-Nasser-225x300.jpg)
ସେହିପରି ବଲିଉଡ୍ର ଚର୍ଚ୍ଚିତ ଚେହେରା କମଲ ହସନ ଓ ତାଙ୍କ ଝିଅ ତଥା ଅଭିନେତ୍ରୀ ସ୍ମୃତି ହସନ ଅଧଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବା ପରେ ମତଦାନ କରିବାର ସୁଯୋଗ ପାଇଛନ୍ତି।
ଅଭିନେତା ଧନୁଷ, ଅଭିନେତା ବିଜୟ, ଅଭିନେତା ନସିର୍, ସିନେ ନିର୍ମାତା ଶଶୀକୁମାର ଆଦି ବହୁ ଚର୍ଚ୍ଚିତ ଚେହେରା ଆଜି ନିଜର ମତ ରଖିଛନ୍ତି।