ପଶ୍ଚିମବଙ୍ଗ : ୩ୟ ପର୍ଯ୍ୟାୟ ନିର୍ବାଚନ ବେଳେ ୯୦% ବୁଥରେ କେନ୍ଦ୍ରୀୟ ଫୋର୍ସ ମୃତୟନ ହେବେ

କୋଲକତା: ଏଥର ନିର୍ବାଚନରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ପରିଲକ୍ଷିତ ହୋଇଛି । ବିଭିନ୍ନ ବୁଥରେ ହିଂସାକାଣ୍ଡ, ବିରୋଧୀ ପ୍ରାର୍ଥୀଙ୍କୁ ଧମକାଇବା, ବିରୋଧୀ ଦଳ ସମର୍ଥକଙ୍କୁ ହତ୍ୟା, ଗୁଳିଚାଳନା, ହିନ୍ଦୁମାନଙ୍କୁ ଭୋଟ ଦେବାକୁ ବାରଣ କରିବା ଆଦି ଘଟଣାକୁ ନେଇ ସାରା ଦେଶରେ ଚିନ୍ତା ପ୍ରକଟ କରାଯାଇଛି ।

ଶାସକ ତୃଣମୂଳ କଂଗ୍ରେସ କର୍ମୀମାନେ ଖୋଲାଖୋଲି ବିରୋଧୀ ଦଳ ଏପରିକି କେନ୍ଦ୍ରୀୟ ସୁରକ୍ଷା ବାହିନୀକୁ ଧମକ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟକୁ ଅଧିକ ପରିମାଣରେ କେନ୍ଦ୍ରୀୟ ବାହିନୀ ପଠାଇବାକୁ ବିଜେପି, ସିପିଏମ ପ୍ରଭୃତି ଦଳ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଥିଲେ । ଏହି ଅନୁରୋଧକୁ ରକ୍ଷା କରି ଆୟୋଗ ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଅଧିକ କେନ୍ଦ୍ରୀୟ ଫୋର୍ସ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନରେ ପ୍ରାୟ ୯୦ ପ୍ରତିଶତ ବୁଥରେ କେନ୍ଦ୍ରୀୟ ଫୋର୍ସ ରହିବେ । ୧ମ ପର୍ଯ୍ୟାୟରେ ୫୦ ପ୍ରତିଶତ ବୁଥରେ ଓ ୨ୟ ପର୍ଯ୍ୟାୟରେ ୮୦ ପ୍ରତିଶତ ବୁଥରେ କେନ୍ଦ୍ରୀୟ ଫୋର୍ସ ମୃତୟନ ହୋଇଥିଲେ ।

ସମ୍ବନ୍ଧିତ ଖବର