ନୂଆଦିଲ୍ଲୀ: ଆସନ୍ତାକାଲି ଭୋଟ୍ ଗଣତି ପାଇଁ ବୁଧବାର ଗୃହ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଆର୍ଲଟ ଜାରି ହୋଇଛି। ଶୃଙ୍ଖଳାର ସହ ଭୋଟ୍ ଗଣତି କାର୍ଯ୍ୟ ସଂପନ୍ନ କରିବାକୁ ଏହି ଆର୍ଲଟ ଜାରି କରାଯାଇଛି। ପୂର୍ବରୁ ମେ ୨୩ରେ ହିଂସାକାଣ୍ଡ ଓ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ସୂଚନା ଆସିଥିଲା।
ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଷ୍ଟ୍ରଙ୍ଗ ରୁମ୍ ନିକଟରେ ଶାନ୍ତି ବଜାୟ ରଖିବା ସହ କୌଣସି ପ୍ରକାର ହିଂସାତ୍ମକ ଆଚରଣ ପ୍ରଦର୍ଶନ ନକରିବା ପାଇଁ ମଧ୍ୟ କୁହାଯାଇଛି।
ଇଭିଏମ୍ ଜାତିଆତି ବା ଭୋଟ୍ ଗଣତି ସମୟରେ କୌଣସି ପ୍ରକାରର ସମସ୍ୟା ନଉପୁଜିବା ଲାଗି ନିର୍ବାଚନ କମିସନଙ୍କ ପକ୍ଷରୁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଆଜିଠାରୁ ବିଭିନ୍ନ ବିଭିନ୍ନ ଷ୍ଟ୍ରଙ୍ଗ୍ରୁମ୍ ସମ୍ମୁଖରେ ପୁଲିସ୍ ଓ ସୁରକ୍ଷାକର୍ମୀକୁ ନିୟୋଜିତ କରାଯାଇଛି।
ସମସ୍ତ ଷ୍ଟ୍ରଙ୍ଗ୍ ରୁମ୍ରେ ଭୋଟ୍ ଗଣତି ସିସିଟିଭି ଅଧୀନରେ ହେବ। ପୁଲିସ୍ ଉପସ୍ଥିତରେ ପୂରା ସୁରକ୍ଷାର ସହ ଗଣନା କାର୍ଯ୍ୟ ଚାଲିବ ବୋଲି ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/electronic-outside-santosh-machines-hindustan-strong-college_1a8fc90c-7c87-11e9-8a88-8b84fe2ad6da.jpg)