ରାଜ୍ୟର ୨୧ଟି ଲୋକସଭା ଆସନରୁ ୧୩ଟିରେ ଆଗୁଆ ରହିଛି ବିଜେଡି, ଅନ୍ୟ ୮ରେ ବିଜେପି: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଭୋଟ ଗଣତି ଆଗକୁ ଆଗକୁ ବଢ଼ିବା ସାଙ୍ଗକୁ ନିର୍ବାଚନ ଫଳାଫଳର ଚିତ୍ର ଅଧିକ ସ୍ପଷ୍ଟ ହେବାରେ ଲାଗିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ହସ୍ତଗତ ହୋଇଥିବା ଖବର ଅନୁଯାୟୀ ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ୧୩ଟିରେ ବିଜୁ ଜନତା ଦଳ ଆଗେଇଥିବା ବେଳେ ଅବଶିଷ୍ଟ ୮ଟିରେ ଭାରତୀୟ ଜନତା ପାର୍ଟି ଆଗରେ ରହିଛି।

ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ କହିବା ଅନୁଯାୟୀ, ବରଗଡ଼ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ, ସୁନ୍ଦରଗଡ଼ରେ ଜୁଏଲ ଓରାମ, ସମ୍ବଲପୁରରେ ନୀତେଶ ଗଙ୍ଗଦେବ, ବାଲେଶ୍ୱରରେ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବଲାଙ୍ଗୀରରେ ସଂଗୀତା କୁମାରୀ ସିଂହଦେଓ, କଳାହାଣ୍ଡିରେ ବସନ୍ତ କୁମାର ପଣ୍ଡା, ପୁରୀରେ ସମ୍ବିତ ପାତ୍ର ଓ ଭୁବନେଶ୍ୱରରେ ଅପରାଜିତା ଷଡଙ୍ଗୀ ସେମାନଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଆଗରେ ରହିଛନ୍ତି।

ସେହିପରି ଆସ୍କାରେ ବିଜେଡି ପ୍ରାର୍ଥୀ ପ୍ରମିଳା ବିଶୋଇ, ବ୍ରହ୍ମପୁରରେ ଚନ୍ଦ୍ରଶେଖର ଶାହୁ, ଭଦ୍ରକରେ ମଞ୍ଜୁଲତା ମଣ୍ଡଳ, କଟକରେ ଭର୍ତ୍ତୃହରି ମହତାବ, ଢେଙ୍କାନାଳରେ ମହେଶ ସାହୁ, ଜଗତସିଂହପୁରରେ ଡାକ୍ତର ରାଜେଶ୍ୱରୀ ମଲ୍ଲିକ, ଯାଜପୁରରେ ଶର୍ମିଷ୍ଠା ସେଠୀ, କନ୍ଧମାଳରେ ଅଚ୍ୟୁତ ସାମନ୍ତ, କେନ୍ଦ୍ରାପଡ଼ାରେ ଅନୁଭବ ମହାନ୍ତି, କେନ୍ଦୁଝରରେ ଚନ୍ଦ୍ରାଣୀ ମୁର୍ମୁ, କୋରାପୁଟରେ କୌଶଲ୍ୟା ହିକ୍‌କା, ନବରଙ୍ଗପୁରରେ, ମୟୂରଭଞ୍ଜରେ ଦେବାଶିଷ ମାରଣ୍ଡି ଏବଂ ନବରଙ୍ଗପୁରରେ ରମେଶ ଚନ୍ଦ୍ର ମାଝୀ ସେମାନଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ରହିଛନ୍ତି।

ସମ୍ବନ୍ଧିତ ଖବର