ପାରଳାଖେମୁଣ୍ଡି: ଧୀରେଧୀରେ ଲୋପ ପାଇବାକୁ ବସିଲାଣି ପାରମ୍ପରିକ ଖେଳ ଗଞ୍ଜପା ବା ଚକାତାସ। ଗଜପତି ଜିଲ୍ଲା ତଥା ଅବିଭକ୍ତ ଗଞ୍ଜାମ ଜିଲ୍ଲାରେ ପୂର୍ବରୁ ବହୁଳ ମାତ୍ରାରେ ଖେଳାଯାଉଥିବା ଚକାତାସ ଆଜି ଲୋପ ପାଇବାକୁ ବସିଲାଣି। ଏହି ଅଞ୍ଚଳରେ ଲୋକେ ସମୟ ବିତାଇବା ପାଇଁ ପୂର୍ବରୁ ବିଭିନ୍ନ ପ୍ରକାର ଖେଳ ଖେଳୁଥିବା ବେଳେ ସେଥି ମଧ୍ୟରୁ ଅନ୍ୟତମ ଖେଳ ହେଉଛି ଚକାତାସ। ବିଶେଷ କରି ଦଶହରା ଠାରୁ ଦୀପାବଳି ପର୍ଯ୍ୟନ୍ତ ଲୋକେ ଏହି ଖେଳ ଖେଳୁଥିବା ନଜରକୁ ଆସେ।
ଧୀରେଧୀରେ ନୂତନ ଆଧୁନିକ ତାସ, ମୋବାଇଲ ଗେମ୍ସ ଆସିବା ପରେ ଏହି ତାସର ଚାହିଦା କମିଯାଇଥିବା କହିଛନ୍ତି ଏହାକୁ ପ୍ରସ୍ତୁତ କରୁଥିବା ଚିତ୍ରକାରମାନେ।
ଏହା ସମ୍ପର୍କରେ ଚିତ୍ରକାର ସୀମାଞ୍ଚଳ ବିନ୍ଧାଣିରତ୍ନଙ୍କ ସହ ଆଲୋଚନା ବେଳେ ସେ କହିଥିଲେ କି ଏହା ଏକ ପାରମ୍ପରିକ ଖେଳ ହେଲେ ଏହାକୁ ପ୍ରସ୍ତୁତ କରିବା ଏବଂ ପ୍ରଚାର ପ୍ରସାର ପାଇଁ ଯେଉଁଭଳି ଭାବେ ପଦକ୍ଷେପ ନିଆଯିବା କଥା ତାକୁ ନିଆଯାଇ ନାହିଁ। ଅବିଭକ୍ତ ଗଞ୍ଜାମ ଜିଲ୍ଲା ତଥା ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରରେ ଏହାର ଜନ୍ମ। ଆମେ ଦେଶରେ ଆୟୋଜିତ ହେଉଥିବା ବିଭିନ୍ନ ପ୍ରଦର୍ଶନୀ ମେଳାରେ ଏହାକୁ ଲୋକଙ୍କୁ ସମ୍ମୁଖକୁ ଆଣିଛୁ। ଆମ ରାଜ୍ୟରେ ଗଜପତି, ଗଞ୍ଜାମ ବ୍ୟତୀତ ଏହା ପୁରୀ, ସୋନପୁର ଜିଲ୍ଲାରେ ପ୍ରସ୍ତୁତ ହେଉଥିବା ବେଳେ ପାରଳାଖେମୁଣ୍ଡିରେ ପ୍ରସ୍ତୁତ ପତା(କାର୍ଡ) ଭଳି ଆସେ ନାହିଁ। ଏହାକୁ ବର୍ତ୍ତମାନ କଳିକତାର କିଛି ଲୋକେ ନକଲ କରିବା ପାଇଁ ଚେଷ୍ଠା କରିବା ସହ ଚକାତାସ ନିର୍ମାଣ କରୁଛନ୍ତି କିନ୍ତୁ ଏଭଳି ଚିକଣ ଏବଂ ମଜବୁତ କାର୍ଡ ଆସେନାହିଁ।
ଏହି କାର୍ଡରେ ମୋଟ ୯୬ଟି ଖଣ୍ଡ ଯଥା ୮ଟି ସେଟରେ ବିଭକ୍ତ ହୋଇଛି। ପ୍ରତି ସେଟ ୧ ରୁ ୧୦ ପର୍ଯ୍ୟନ୍ତ କାର୍ଡ ରହିଥାଏ ଏବଂ ଗୋଟିଏ ରାଜା ଏବଂ ଗୋଟିଏ ମନ୍ତ୍ରୀ ରୁହନ୍ତି। ଏଭଳି ୮ଟି ସେଟରେ ୯୬ଟି କାର୍ଡ ରହିଥାଏ। ଆଜି।ମଧ୍ୟ ପାରଳାଖେମୁଣ୍ଡି ସହରର ବିଭିନ୍ନ ଗ୍ରାମାଞ୍ଚଳରେ ବୁଦ୍ଧିଜୀବୀ ମାନେ ଖେଳୁଥିବା ବେଳେ ବେଳେ ଆଧୁନିକ ଯୁବପିଢ଼ି ଏହା ସମ୍ପର୍କରେ ଟିକେ ମଧ୍ୟ ଅବଗତ ନୁହନ୍ତି।
ବିଶେଷ କରି କୁମାର ପୂର୍ଣ୍ଣିମା ଦିନ ଏହି ତାସକୁ ଗ୍ରାମାଞ୍ଚଳରେ ଲୋକେ ଖେଳିବା ପାଇଁ ଅଧିକ ପସନ୍ଦ କରନ୍ତି। ଏହି ତାସର ଗୋଟିଏ ସେଟର ବର୍ତ୍ତମାନ ଦର ୧୦୦୦/- ରହିଛି ବୋଲି କହିଥିଲେ।
ଅବିଭକ୍ତ ଗଞ୍ଜାମ ଜିଲ୍ଲାରେ ଲୋପ ପାଇବାକୁ ବସିଲାଣି ପାରମ୍ପରିକ ଖେଳ ଗଞ୍ଜପା ବା ଚକାତାସ
ଧୀରେଧୀରେ ଲୋପ ପାଇବାକୁ ବସିଲାଣି ପାରମ୍ପରିକ ଖେଳ ଗଞ୍ଜପା ବା ଚକାତାସ। ଗଜପତି ଜିଲ୍ଲା ତଥା ଅବିଭକ୍ତ ଗଞ୍ଜାମ ଜିଲ୍ଲାରେ ପୂର୍ବରୁ ବହୁଳ ମାତ୍ରାରେ ଖେଳାଯାଉଥିବା ଚକାତାସ ଆଜି ଲୋପ ପାଇବାକୁ ବସିଲାଣି।
/sambad/media/media_files/2024/10/16/tLc0JULzaTtNsT5Z4sLQ.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)