ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାସଗଂଜରେ ୨୬ ଜାନୁଆରୀ ୨୦୧୮ରେ ତ୍ରିରଙ୍ଗା ଯାତ୍ରା ସମୟରେ ହତ୍ୟାର ଶିକାର ହୋଇଥିବା ଚନ୍ଦନ ଗୁପ୍ତାଙ୍କ ମାମଲାରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସିର ସ୍ୱତନ୍ତ୍ର କୋର୍ଟ ଆଜି ରାୟ ଶୁଣାଇଛନ୍ତି। ଜାନୁଆରୀ ୨, ଗୁରୁବାର ଦିନ କୋର୍ଟ ୨୮ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଜାନୁୟାରୀ ୩ ଶୁକ୍ରବାର ଦିନ ୨୮ ଅପରାଧୀଙ୍କ ଦଣ୍ଡ ମଧ୍ୟ ଘୋଷଣା କରାଯାଇଛି। କୋର୍ଟ ସମସ୍ତ ୨୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଏନଆଇଏ କୋର୍ଟର ଶୁଣାଣି ସ୍ଥଗିତ ରଖିବାକୁ ଅଭିଯୁକ୍ତ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ହାଇକୋର୍ଟ ଲଖନଉ ବେଞ୍ଚ ଏହି ଆବେଦନକୁ ଖାରଜ କରିଥିଲେ | ହାଇକୋର୍ଟ ଏହି ଆବେଦନକୁ ଖାରଜ କରିବା ପରେ ଲଖନଉର ଏନଆଇଏ ସ୍ପେଶାଲ କୋର୍ଟ ଗୁରୁବାର ଦିନ ଏହାର ରାୟ ଦେଇଥିଲେଏବଂ ଦଣ୍ଡ ଘୋଷଣା ପାଇଁ ଶୁକ୍ରବାର ସ୍ଥିର କରିଥିଲେ । ପ୍ରାୟ ୮ ବର୍ଷ ପୁରୁଣା ଏହି ମାମଲାରେ ଚନ୍ଦନଙ୍କ ପିତା କାସଗଞ୍ଜ ପୁଲିସ ଷ୍ଟେସନରେ ୨୦ ଜଣ ଏବଂ ଅନ୍ୟ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ୨୬ ଜଣ ଦୋଷୀ ଲଖନଉ ଜେଲରେ ରହିଥିଲେ |
ଲଖନଉ ଜେଲରେ ୱାସିମ ଜାଭେଦ, ନାସିମ ଜାଭେଦ, ମହମ୍ମଦ ଜାହିଦ କୁରେଶି, ଆସିଫ କୁରେଶି, ଅସଲମ କୁରେଶି, ଆକ୍ରାମ, ତୌଫିକ, ଖିଲାନ, ଶବାବ ଅଲି ଖାନ, ରାହତ, ସଲମାନ, ମହସିନ୍, ଆସଫ, ସାକିବ, ବବଲୁ, ଜିଶାନ, ୱାସିଫ, ଇମ୍ରାନ, ଶ୍ୟାମଶାଦ, ଜାଫର, ସାକିର, ଖାଲିଦ ପରଭେଜ, ଫୈଜାନ, ଇମ୍ରାନ, ସାକିର, ମହମ୍ମଦ ଆମୀର ରଫି ଥିଲେ | ସେହିପରି ମୁନାଜିର କାସଗଞ୍ଜ ଜେଲରେ ରହିଥିଲେ ଏବଂ କୋର୍ଟରେ ଆତ୍ମସମର୍ପଣ କରିଥିବା ସଲିମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସମସ୍ତ ଦୋଷୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)