ଅମୃତସର: ପ୍ରତିଦ୍ବନ୍ଦ୍ବିତା କରୁଥିବା ଉଭୟ ଆସନରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ପରାସ୍ତ ହେବେ ବୋଲି ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଦାବି କରିଛନ୍ତି। ୩ ଥର କରାଯାଇଥିବା ଆଉ ଏକ ‘ଟେଲିପୋଲ୍’ରୁ ଏକଥା ଜଣାପଡ଼ିଛି ବୋଲି ସେ କହିଛନ୍ତି।
ପଞ୍ଜାବର ଅମୃତସରରେ ପ୍ରଚାର ଅଭିଯାନ ଚଳାଇବା ବେଳେ କେଜ୍ରିୱାଲ୍ କହିଲେ, ଚନ୍ନୀ ସାହେବ ଚମକୌର୍ ସାହିବ୍ ଏବଂ ଭଦୌର୍ ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଆମେ ୩ ଥର ସର୍ଭେ କରିଛୁ। ଉଭୟ ଆସନରୁ ଚନ୍ନୀ ସାହେବ ପରାସ୍ତ ହେବେ ବୋଲି ସେଥିରୁ ଜଣାପଡ଼ିଛି।
/sambad/media/post_attachments/wp-content/uploads/2022/02/ac.jpg)
ସେ କହିଛନ୍ତି, ଚମକୌର୍ରୁ ‘ଆମ୍ ଆଦ୍ମି ପାର୍ଟି’ ୫୨% ଭୋଟ୍ ପାଇବ ଏବଂ ଭଦୌର୍ରୁ ୪୮% ଭୋଟ୍ ପାଇବ। ତେଣୁ, ଚନ୍ନୀ ବିଧାୟକ ହୋଇ ପାରୁ ନ ଥିବା ବେଳେ ମୁଖ୍ୟମନ୍ତ୍ରୀ ହେବେ କେମିତି?
‘ଆପ୍’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ୍ଙ୍କ ଉପସ୍ଥିତିରେ ଆୟୋଜିତ ଛୋଟଧରଣର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦଳର ଅଭ୍ୟନ୍ତରୀଣ କନ୍ଦଳକୁ ବିଦ୍ରୂପ କରି କେଜ୍ରିୱାଲ୍ କହିଛନ୍ତି, କଂଗ୍ରେସ ଗୋଟାଏ ସର୍କସ ପାଲଟି ଯାଇଛି। ପ୍ରତ୍ୟେକ ନେତା ପରସ୍ପର ମଧ୍ୟରେ ବିବାଦ କରୁଥିବା ବେଳେ ଏଭଳି ଗୋଟାଏ ଦଳ ପଞ୍ଜାବକୁ କ’ଣ ଦେଇ ପାରିବ? ଦଳ ଚଳାଇ ପାରୁ ନ ଥିବା ବେଳେ ସେମାନେ ସରକାର ଚଳାଇବେ କେମିତି? ୫ ବର୍ଷ ଲାଗି ପଞ୍ଜାବର ବିକାଶ ନିମନ୍ତେ ସୁନିଶ୍ଚିତ ହେବାକୁ ଗୋଟାଏ ଟିମ୍ ଭଳି ‘ଆପ୍’ ‘ଆଜେଣ୍ଡା’ ପ୍ରସ୍ତୁତି କରୁଛି।