ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ସାଇବର ଠକେଇ ଦିନକୁ ଦିନ ବୃଦ୍ଧି ପାଇଥିବା ବେଳେ ଅନେକ ଲୋକ ଏହାର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଇଛନ୍ତି । ସୂଚନା ମୁତାବକ ଗତକାଲି ରାୟଗଡ଼ା ସହରର ଇନ୍ଦିରା ନଗର ତୃତୀୟ ଗଳିରେ ରହୁଥିବା ଜନସ୍ବାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଏହି ସାଇବର ଠକେଇର ଶିକାର ହୋଇ ୧ ଲକ୍ଷ ୨୪ ହଜାର ଟଙ୍କା ତାଙ୍କ ଆକାଉଣ୍ଟରୁ କଟି ଯାଇଥିବା ସୂଚନା ମିଳିଛି। ଉକ୍ତ ବ୍ୟକ୍ତିଙ୍କ ନାମ ହେଉଛି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ | ଗତକାଲି ପୂର୍ବାହ୍ନ ସମୟରେ ଏକ ମେସେଜ ତାଙ୍କ ମୋବାଇଲକୁ ଆସିବା ପରେ ସେ ଏହାକୁ ଖୋଲିଥିଲେ |
ଯାହାଫଳରେ ଉକ୍ତ ମୋବାଇଲ ସହ ସଂଶ୍ଳିଷ୍ଟ ଥିବା ଏଡିବି ବ୍ୟାଙ୍କ ଆକାଉଣ୍ଟରୁ ଏହି ଟଙ୍କା ସାଇବର ଠକ ଉଠାଣ କରିଥିବା ବ୍ୟାଙ୍କ୍ ସହ ଯୋଗାଯୋଗ ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଜଣାଇଥିଲେ । ଫଳରେ ଉକ୍ତ ଘଟଣା ପରେ ବ୍ୟାଙ୍କ ଆକାଉଣ୍ଟକୁ ଅସ୍ଥାୟୀ ଭାବେ ବନ୍ଦ କରଯାଇଥିଲା ।
ଏହାକୁ ନେଇ ପୋଲିସ ସାଇବର ସେଲରେ ଏତଲା ଦେବାକୁ କହିଥିଲେ । ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଥିବା ବେଳେ ଏହି ଟଙ୍କାକୁ ପୁନର୍ବାର ଫେରସ୍ତ କରିବାକୁ ସାଇବର ସେଲକୁ ଦାବି କରିଛନ୍ତି । ଆଗାମୀ ଦିନରେ ରାୟଗଡାରେ ମୋବାଇଲ ବ୍ୟବହାର କରୁଥିବା ଉପଭୋକ୍ତାମାନେ ସଚେତନ ନହେଲେ ଏଭଳି ସାଇବର୍ ଠକେଇର ଶିକାର ହେବା ସୁନିଶ୍ଚିତ ବୋଲି ମତ ପ୍ରକାଶ ପାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/8WAvh0r3Z7ZAKB7FgMJ2.jpg)