ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ଚାଷୀମାନଙ୍କୁ ପ୍ରୋତ୍ସାହନ ସହ କ୍ଷୁଦ୍ର ଜଳସେଚନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର 'ପର ଡ୍ରପ ମୋର କ୍ରପ' ଯୋଜନାକୁ ଆରମ୍ଭ କରିଛନ୍ତି | ଆଉ ଏହାର ଗୁରୁଦାୟିତ୍ୱ ଜଳସମ୍ପଦ ବିଭାଗ ଉପରେ ନ୍ୟସ୍ତ ଥିବାବେଳେ ଆଜି ପୁନଶ୍ଚ ପୃଥିବୀ ମଞ୍ଚରେ ଏନେଇ ଯୁକ୍ତି ରଖିଛନ୍ତି ରାଜ୍ୟ ସରକାରଙ୍କ ଦୁଇ ବରିଷ୍ଠ ଅଧିକାରୀ | ପୁନଶ୍ଚ ପୃଥିବୀର ଏହି ସ୍ୱତନ୍ତ୍ର ଅଧିବେଶନରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ, ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ରଶ୍ମିରଂଜନ ନାୟକ ଏହି ପ୍ରସଙ୍ଗରେ ଯୁକ୍ତି ଉପସ୍ଥାପନ କରିଥିଲେ |

Advertisment

d0a5059f-000e-4c5d-b5da-442bb88e6613

ଏହି ଅବସରରେ ଚନ୍ଦ୍ରଶେଖର ପାଢ଼ୀ କହିଥିଲେ ଯେ ମହାନଦୀରୁ ବାହାରିଥିବା ଶୁକ ପାଇକା ଦିନେ ଶୁଷ୍କ ହୋଇପଡ଼ି଼ଥିଲା, ହେଲେ ଏବେ ତାହାକୁ ପୁନରୁଦ୍ଧାର କରାଯାଇପାରିଛି ଯାହାଦ୍ୱାରା ଶୁକ ପାଇକାରେ ପୁଣି ପାଣି ପ୍ରବାହିତ ହେବାରେ ଲାଗିଛି ଓ ସ୍ଥାନୀୟ ଅଂଚଳକୁ ପାଣି ଦେଇପାରିଛି | କେବଳ ଶୁକ ପାଇକା ନୁହେଁ ପ୍ରାଚୀନ ନଦୀ ପ୍ରାଚୀ ଯାହାର ଏକ ସାଂସ୍କୃତିକ ମାହାତ୍ମ୍ୟ ଅଛି ତାହା ମଧ୍ୟ ଧୀରେ ଧୀରେ ଶୁଖିଯାଉଛି | ତାହାକୁ କିଭଳି ପୁନର୍ଜୀବନ ଦେବା ଓ ସେହି ନଦୀ କିଭଳି ଚଳଚଂଚଳ ହେବ ତା ପାଇଁ ବି ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି | ପାଖାପାଖି ୩୦୦ କୋଟି ଟଙ୍କା ବ୍ୟୟରେ ପ୍ରାଚୀ ନଦୀର ପୁନରୁଦ୍ଧାର ହେବ | ସେହିପରି ଏମିତି କିଛି ନଦୀ ଅଛି ଯେମିତିକି ଗୋବରୀ, ଯାହାର ଅବକ୍ଷୟ ହୋଇଯାଇଛି ତାହାକୁ ପୁନର୍ଜୀବିତ କରିବା ପାଇଁ ବିସ୍ତୃତ ଯୋଜନା କରାଯାଇଛି |

ତେବେ ସର୍ବୋଚ୍ଚ ଯନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ କେବଳ ସରକାର ଯୋଜନା କରିଦେଲେ ବା ତାହାକୁ କାର୍ଯ୍ୟାନ୍ୱୟନ କରିଦେଲେ ହେବ ନାହିଁ ବରଂ ଜନଭାଗିଦାରୀ ବା ଲୋକଙ୍କ ସମ୍ପୃକ୍ତିର ବି ବହୁତ ଗୁରୁତ୍ୱ ରହୁଛି | ସେହିପରି ମହାନଦୀକୁ ନେଇ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ ମହାନଦୀକୁ ଚଳଚଂଚଳ କରିବା ପାଇଁ ୭ଟି ଅନ୍ତଃ ନଦୀ ପ୍ରକଳ୍ପ କରିବାକୁ ଯୋଜନା ପ୍ରସ୍ତୁତ ହୋଇସାରିଛି | ଯେଉଁ ୭ଟି ଜଳାଶୟ ନିର୍ମାଣ କରିବୁ ସେଥିରେ ପାଖାପାଖି ୧୦ ମିଟର ଉଚ୍ଚରେ ପାଣି ରହିବ, ଆଉ ଏହାର ପରିସୀମା ୧୦ ରୁ ୧୫ କିଲୋମିଟର ରହିବ |