ଛତିଆ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ବଡ଼ଚଣା ଗସ୍ତରେ ଆସି ସମିଆ ପଞ୍ଚାୟତ ବୁଢ଼ାକେନ୍ଦୁଆ ହାଟପଡ଼ିଆରେ ପ୍ରଧାନମନ୍ତ୍ରୀଙ୍କ ୧୧୫ ତମ ମନ୍ କି ବାତ୍, ଦଳୀୟ ସଭ୍ୟସଂଗ୍ରହ, ବୃକ୍ଷ ରୋପଣ, ଆଦିବାସୀ ଲୋକଙ୍କ ସହ ଆଲୋଚନା କରିବା ସହ ରାଜୁସିଂହ ଜାମୁଡ଼ାଙ୍କ ଘରେ ମଧ୍ୟାହ୍ନଭୋଜନ କରିଥିଲେ। ଏଥିସହ ସେ ବାଉଁଶଗଛ ମୂଳେ ବସି ଗାଁ ଲୋକଙ୍କଠାରୁ ବିଭିନ୍ନ ଅଭିଯୋଗ ଶୁଣିଥିଲେ।
ଛତିଆଠାରୁ ବଡ଼ଚଣା ବିଧାୟକ ଅମର କୁମାର ନାୟକଙ୍କ ନେତୃତ୍ୱରେ ବାଇକ୍ ଶୋଭଯାତ୍ରାରେ ଦଳୀୟ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କୁ ବୁଢ଼ାକେନ୍ଦୁଆ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ବୁଢ଼ାକେନ୍ଦୁଆଠାରେ ଆୟୋଜିତ କର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ସାହୁ, ଜିଲ୍ଲା ବିଜେପି ସଭାପତି ଗୌତମ ରାୟ, ବିଂଝାରପୁର ବିଜେପି ନେତ୍ରୀ ବବିତା ମଲ୍ଲିକ, ବରୀ ବିଜେପି ନେତା ଉମେଶ ଜେନା ପ୍ରମୁଖ ପ୍ରଧାମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଶୁଣିଥିଲେ। ବିଧାୟକ ଅମର ନାୟକ ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଅଳ୍ପ ସମୟ ଭିତରେ ବଡ଼ଚଣାବାସୀ ସଫଳ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।
ଏହି କାର୍ଯ୍ୟକ୍ରମକୁ ସରପଞ୍ଚ ବିଶ୍ଵବିଜୟୀ ବ୍ରହ୍ମ, ବେଣୁଧର ବିଶ୍ବାଳ, ସୁଲୋଚନା ପ୍ରଧାନ, ଦେବଯାନୀ ପ୍ରଧାନ, ହରିଶଙ୍କର ପଣ୍ଡା, ରବୀନ୍ଦ୍ର ରାଉତ, ଲଲାଟେନ୍ଦୁ ମହାପାତ୍ର, ସୀତାନଥ ବଳସାମନ୍ତ, ପ୍ରଦୀପ୍ତ ସାମନ୍ତ, ପ୍ରୀତମ ନାୟକ, ରେବତୀ ଭୋଇ, ପ୍ରମୋଦ ଜେନା, ହେମେଶ ଜେନା ପରିଚାଳନାରେ ସହଯୋଗ କରିଥିଲେ। ଉମେଶ ଜେନା ଧନ୍ୟବାଦ ଦେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ବୃକ୍ଷ ରୋପଣ କରିଥିଲେ।
ମଧ୍ୟାହ୍ନଭୋଜନ କଲେ, ଗାଁ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ବଡ଼ଚଣା ଗସ୍ତରେ ଆସି ଆଦିବାସୀ ଲୋକଙ୍କ ସହ ଆଲୋଚନା କରିବା ସହ ରାଜୁସିଂହ ଜାମୁଡ଼ାଙ୍କ ଘରେ ମଧ୍ୟାହ୍ନଭୋଜନ କରିଥିଲେ। ଏଥିସହ ସେ ବାଉଁଶଗଛ ମୂଳେ ବସି ଗାଁ ଲୋକଙ୍କଠାରୁ ବିଭିନ୍ନ ଅଭିଯୋଗ ଶୁଣିଥିଲେ।
/sambad/media/media_files/V6C0cmFBcRcHHAvA7z2e.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)