କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅର୍ନ୍ତଗତ ପୁଜାରୀପୁଟ ପଂଚାୟତର ପୁପୁଗାଁରେ ଆଜି ମଧ୍ୟାହ୍ନ ସାଢ଼େ ୩ଟା ବେଳେ ଏକ ଅଭାବନୀୟ ହୃଦୟବିଦାରକ ଘଟଣା ଘଟିଯାଇଛି। ବୁଲା କୁକୁର ପଲର ଆକ୍ରମଣରେ ୬ବର୍ଷ ଝିଅ ଚାନ୍ଦିନୀ ହରିଜନର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ଗାଁରେ ଭୟର ବାତାବରଣ ସହ ଶୋକର ଛାୟା ଖେଳି ଯାଇଛି।
ମିଳିଥିବା ସୂଚନା ମୁତାବକ, ଜିଲ୍ଲାର ଜୟପୁର ବ୍ଲକ ପୁପୁଗାଁର କୃଷ୍ଣ ବେନିୟାଙ୍କ ନାତୁଣୀ ଚାନ୍ଦିନୀ ଗାଇ ଚରାଉଥିବା ମାମୁଁଙ୍କ ପାଖକୁ ଯାଉଥିଲା। ଅଜା, ଆଇ ଆଦି କିଛି କାମରେ ବ୍ୟସ୍ତ ରହିଥିଲେ। ୫ଟି ବୁଲା କୁକୁର ପଲ ଚାନ୍ଦିନୀ ନିକଟକୁ ଆସିଥିଲେ। ଅଚାନକ ଭାବେ ଗୋଟିଏ ବୁଲା କୁକୁର ଚାନ୍ଦିନୀକୁ କାମୁଡିବା ସହ ଆକ୍ରମଣ କରିଥିଲା। ଏହା ପରେ ପଲରେ ଥିବା ଅନ୍ୟ କୁକୁରମାନେ ମଧ୍ୟ ଚାନ୍ଦିନୀକୁ କାମୁଡି ଦେଇଥିଲେ। ଏହା ଦେଖି ମାମୁଁ ପ୍ରବଳ ଚିତ୍କାର କରିଥିଲେ।
ଗାଁ ଲୋକେ ଏହା ଶୁଣି ଘଟଣାସ୍ଥଳକୁ ଦୌଡି ଦୌଡି ଯାଇ କୁକୁର ପଲକୁ ଗୋଡାଇଥିଲେ। ତେବେ ସେ ସମୟରେ ଚାନ୍ଦିନୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡି ଯାଇଥିଲେ। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ସେଠାରୁ ଉଦ୍ଧାର କରି ରାବଣାଗୁଡାସ୍ଥା ଗୋଷ୍ଠୀ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ। ଡାକ୍ତରଖାନାକୁ ନେବା ବେଳେ ଚାନ୍ଦିନୀର ମୃତ୍ୟୁ ହୋଇ ସାରିଥିବା ଡାକ୍ତର ଘୋଷଣା କରିଥିଲେ। ଏହି ଘଟଣାକୁ ପରିବାରବର୍ଗ ସହଜରେ ଗ୍ରହଣ କରି ପାରୁନାହାନ୍ତି। ପରିବାରବର୍ଗ କାନ୍ଦ ବୋବାଲିରେ ଗାଁ ଫାଟି ପଡିଛି। ଗାଁରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/post_attachments/wp-content/uploads/2018/01/dog-1.jpeg)