ସୋର: ବାଲେଶ୍ୱର ଜିଲ୍ଲା ସୋର ଅଂଚଳରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି | ଆଜି ଅଢେଇ ବର୍ଷର ଶିଶୁ କନ୍ୟା ବନ୍ୟା ପାଣିରେ ବୁଡି ମୃତ୍ୟୁ ହୋଇଯାଇଛି l ସୋର ଡାକ୍ତରଖାନା ରେ ଭର୍ତ୍ତି ହୋଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି, ମୃତ ଶିଶୁ କନ୍ୟା ଜଣକ ଖଇରା ଥାନା ଡ଼ାଲଙ୍ଗ ୨ ପଞ୍ଚାୟତ ପଲାସାହି ଗ୍ରାମର ହରିହର ମହାରଣାଙ୍କ ଅଢେଇ ବର୍ଷର ଶିଶୁ କନ୍ୟା ଆଦ୍ୟାଶା ମହାରଣା l
ଖଇରା ଥାନା ଡ଼ାଲଙ୍ଗ -୨ ପହ୍ଲାସାହି ଗ୍ରାମର ହରିହର ମହାରଣାଙ୍କ ଅଢେ଼ଇ ବର୍ଷର ଝିଅ ଆଦ୍ୟଶା ମହାରଣା ଆଜି ସକାଳେ ଖେଳୁଥିବା ବେଳେ ଘର ନିକଟରେ ଥିବା ନଈରେ ପଡିଯାଇଥିଲେ। ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମଧ୍ୟାହ୍ନରେ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଖଇରା ପୁଲିସ ଡାକ୍ତର ଖାନାରେ ପହଂଚି ଶବ ବ୍ୟବଛେଦ ପାଇଁ ରଖିବା ସହିତ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/post_attachments/wp-content/uploads/2021/12/drowned_death_271221_1200.jpg)