କୋରାପୁଟ: ଗତ ତିନି ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ପୁଣି ବାଲ୍ୟ ବିବାହ ଆଜି ରୋକିଛି। ଆଜି ଏକା ସାଙ୍ଗରେ ସେମିଳିଗୁଡା ବ୍ଲକର ପଟାଙ୍ଗୀ ଥାନା ଅଂଚଳର ଦୁଇଟି ଗାଁର ଦୁଇଟି ବାଲ୍ୟ ବିବାହ ରୋକାଯାଇଛି। ଡିସିପିଓ ରାଜଶ୍ରୀ ଦାଶଙ୍କ ସୂତ୍ରରୁ ପ୍ରକାଶ ଯେ, ସେମିଳିଗୁଡା ବ୍ଲକ ପଟାଙ୍ଗୀ ଥାନା ଅଂଚଳରେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ପକ୍ଷରୁ ଦୁଇଟି ଗାଁର ୨ଟି ନାବାଳିକା ଝିଅର ବିବାହ ସେହି ଅଂଚଳର ଦୁଇ ଜଣ ଯୁବକଙ୍କ ସହ ଆସନ୍ତାକାଲି ବିବାହ ହେବାକୁ ଯାଉଥିଲା । କୌଣସି ସୂତ୍ରରୁ ଖବର ପାଇବା ପରେ ଡିସିପିଓ, ଆଇନପର୍ଯ୍ୟବେକ୍ଷିକା ରଂଜିତା ସାହୁ, ଚାଇଇଡ୍ ଲାଇନର ତପସ୍ବିନୀ ପାଢ଼ୀ,ମଧୁସ୍ମିତା ପ୍ରଧାନ ସୁପରଭାଇଜର ନମିତା ନାୟକ, ଅଙ୍ଗନୱାଡୀ କର୍ମୀ, ଶୋଭା ଅନୁଷ୍ଠାନର ବିମଳା ପାଙ୍ଗୀ, ପଟାଙ୍ଗୀ ଥାନା ଅଧିକାରୀ ଚର୍ତୁଭୂଜ ନାୟକ ସଦଳବଳ ସହ କର୍ମଚାରୀ ୨ଗାଁରେ ପହଞ୍ଚିଥିଲେ । ଆଜି ଗୋଟିଏ ଝିଅର ବାହାଘର ରହିଥିଲା।
ବିବାହ କାର୍ଡ ଦେଖି ଝିଅର ଜନ୍ମ ତାରିଖ ବିଷୟରେ ପଚାରି ବୁଝିଥିଲେ। ଝିଅର ଆଧାରକାର୍ଡରେ ୧୭ବର୍ଷ ରହିଥିଲା। ଝିଅର ବିବାହ ବୟସ ହୋଇନଥିବାରୁ ଏହା ଆଇନ ସମ୍ମତ ନୁହେଁ ବୋଲି ବୁଝା ଯାଇଥିଲା । ସେ ବାହା ହେଉଥିବା ପୁଅର ବୟସ ମଧ୍ୟ ୧୯ବର୍ଷ ହୋଇଥିଲା। ପୁଅ ବି ବାହା ହେବା ଆଇନ ଅନୁଯାୟୀ ଯୋଗ୍ୟ ନୁହନ୍ତି ବୋଲି ବୁଝାଯାଇଥିଲା। ସେପରି ଅନ୍ୟ ଝିଅଟି ଆସନ୍ତାକାଲିକୁ ବାହା ହେବାର ଥିଲା। ତାହାର ବୟସ ୧୬ବର୍ଷ ରହିଥିଲା।
ଉଭୟ ଝିଅ ଓ ପରିବାରବର୍ଗକୁ ବୁଝାସୁଝା କରି ଝିଅ ମାନଙ୍କୁ ଉଦ୍ଧାର ପରି ଏହି ଦଳ କୋରାପୁଟ ଆଣି ସିଡବ୍ଲୁସି( ଚାଇଲଡ୍ ୱେଲପୟର କମିଟି) ନିକଟରେ ଉପସ୍ଥାପନ କରିଥିଲେ। ପରେ କୋରାପୁଟ ଛପରରେ ଥିବା ଶୋଭା ଅନୁଷ୍ଠାନ ଦ୍ବାରା ପରିଚାଳିତ ମୁକ୍ତ ଆଶ୍ରାୟସ୍ଥଳରେ ଉଭୟ ନାବାଳିକାକୁ ରଖାଯାଇଥିବା କହିଛନ୍ତି ଡିସିପିଓ। ଗତ ୩ଦିନ ମଧ୍ୟରେ ତିନି ଜଣ ନାବାଳିକାଙ୍କୁ ବାଲ୍ୟ ବିବାହରୁ ପ୍ରଶାସନ ରୋକିଛି। ଜିଲ୍ଲାର ଅନ୍ୟାନ୍ୟ ବ୍ଲକ ଓ ଗ୍ରାମାଂଚଳରେ ବି ଏଭଳି ନାବାଳିକା ବିବାହ ଜାରି ରହିଛି। ଏହାକୁ ରୋକିବା ପାଇଁ ଅଂଚଳର ସ୍ବେଚ୍ଛାସେବୀ ଅନୁଷ୍ଠାନ, ସ୍ବେଚ୍ଛାସେବୀ, ଅଙ୍ଗନୱାର୍ଡୀ କର୍ମୀ, ଗ୍ରାମବାସୀ, କ୍ଷେତ୍ର ସରକାରୀ କର୍ମଚାରୀଙ୍କ ଇଛାଶକ୍ତି ନିହାତି ରୁପେ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/02/21/TLz4huxQEN9XUYRjBF3V.jpg)