ରାଉରକେଲା : ରାଉରକେଲା ନାବାଳିକା ଗଣଦୁଷ୍କର୍ମ ମାମଲାରେ ହସ୍ତକ୍ଷେପ କଲା ଶିଶୁ ଅଧିକାର ସୁରକ୍ଷା ଆୟୋଗ | ତଦନ୍ତ କରି ରିପୋର୍ଟ ଦେବା ପାଇଁ ଆୟୋଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି | ସୁନ୍ଦରଗଡ ସିଡିଏମଓ, ସିଡିପିଓ ଓ ପ୍ଲାଣ୍ଟ ସାଇଟ ଥାନାଧିକାରୀଙ୍କୁ ଚିଠି କରିଛି ଆୟୋଗ | ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ନାବାଳିକାଙ୍କ ସ୍ବାସ୍ଥ୍ୟ ଅବସ୍ଥା କେମିତି ଅଛି , ପୀଡିତାଙ୍କର ମାନସିକ ସ୍ଥିତି କେମିତି ଅଛି ସେନେଇ ରିପୋର୍ଟ ଦେବାକୁ କୁହାଯାଇଛି | କାଉନସେଲିଂ କରାଯାଇଥିଲେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି |

Advertisment

 ମିଳିଥିବା ସୂଚନା ମୁତାବକ ରାଉରକେଲାରେ ଦୁଇ ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ପ୍ଲାଣ୍ଟ ସାଇଟ୍ ଥାନାରେ ଅଭିଯୋଗ ହୋଇଥିଲା | ଦୁଇଦିନ ତଳେ ସନ୍ଧ୍ୟାରେ ଦୁଇ ଜଣ ନାବାଳିକା ରାଉରକେଲାକୁ ଚପଲ କିଣିବାକୁ ଆସିଥିଲେ। ବସ୍ ଷ୍ଟାଣ୍ଡ ନିକଟରେ ଦୁଇ ଜଣଙ୍କୁ ଏକୁଟିଆ ଦେଖି ୩ ଜଣ ଯୁବକ ଉଭୟଙ୍କୁ ଏକ ଅଟୋରେ ବଳପୂର୍ବକ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାର ନାବାଳିକାଙ୍କୁ ମାଡ ମାରି , ଧମକାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

 ଏପରିକି ଏହି କଥା ପ୍ରଘଟ କଲେ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିବା ପୀଡ଼ିତା କହିଥିଲେ । ପୀଡ଼ିତା ନାବାଳିକା ଦ୍ୱୟ ଏ ବାବଦରେ ମାଲ ଗୋଦାମ ଅଞ୍ଚଳରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କୁ ଖବର ଦେବା ପରେ ପ୍ଲାଣ୍ଟ ସାଇଟ୍ ଥାନାରେ ଏତଲା ଦିଆ ଯାଇଥିଲା। ପୁଲିସ ତଦନ୍ତ କରି ତିନି ଜଣଙ୍କୁ ଅଟକ ରଖିଥିଲା |