ଚୀନର ଚାଲବାଜି : ଗୋଟିଏ ପଟେ ଆଲୋଚନା ଚାଲିଛି, ଅନ୍ୟପଟେ ପାଙ୍ଗୋଙ୍ଗ୍ ହ୍ରଦରେ ଲଢୁଆ ବୋଟ୍ ମୁତୟନ କଲା

ନୂଆଦିଲ୍ଲୀ : ପୁଣି ଧରାପଡ଼ିଯାଇଛି ଚୀନର ଚାଲବାଜି । ପୂର୍ବ ଲଦାଖରୁ ସେନା ପ୍ରତ୍ୟାହାର ପାଇଁ ଭାରତ ସହ କଥାବାର୍ତ୍ତା ଚାଲିଥିବାବେଳେ ଚୀନ ପାଙ୍ଗୋଙ୍ଗ୍ ହ୍ରଦ ନିକଟରେ ଲଢୁଆ ବୋଟ୍ ମୁତୟନ କରିଛି । ଚୀନର ଏହି ପଦକ୍ଷେପ ଉତ୍ତେଜନାକୁ ପୁଣି ବଢାଇବାର ଆଶଙ୍କା ରହିଛି ।

ସେନା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ  ପାଙ୍ଗୋଙ୍ଗ୍ ହ୍ରଦରେ ଚୀନର ପିଏଲଏ ୬ଟି ଟାଇପ୍ ୯୨୮ଡି ଆସଲ୍ଟ ବୋଟ୍ ମୁତୟନ କରିଛି । ଗୋଟିଏ ବୋଟରେ ୧୦ ଜଣ ସୈନ୍ୟ ନିଜ ନିଜ ଅସ୍ତ୍ରଶସ୍ତ୍ର ସହ ବସିପାରିବେ । ଚୀନର ଏହି ପଦକ୍ଷେପ ପରେ ଭାରତୀୟ ସେନାର ଚିନ୍ତା ବଢିଯାଇଛି ।

ଚୀନ ଓ ଭାରତ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଉଭୟ ଦେଶ ପ୍ରକୃତ  ନିୟନ୍ତ୍ରଣ ରେଖା ନିକଟରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି । କିନ୍ତୁ ଚୀନର ଏହି ପଦକ୍ଷେପ ପରେ ଏହି ବୁଝାମଣା ଉପରେ କେତେକ ଭରସା କରାଯାଇପାରିବ, ତାହାକୁ ନେଇ ଭାରତ ସନ୍ଦିହାନ ହୋଇପଡ଼ିଛି ।

ଅନ୍ୟପକ୍ଷରେ ଚୀନ ନିଜ ପାଖରେ ଥିବା ସ୍ବୀଡେନ ନିର୍ମିତ ସିବି-୯୦ ଆଲଲ୍ଟ ବୋଟକୁ ମଧ୍ୟ ମୁତୟନ କରିବାର ଆଶଙ୍କା ରହିଛି । ଗୋଟିଏ ବୋଟରେ ୩ ଜଣ କର୍ମଚାରୀ ଓ ୨୦ ଜଣ ସୈନ୍ୟ ବସିପାରିବେ ।

ସମ୍ବନ୍ଧିତ ଖବର