ପୁଣି ଚୀନରେ ଖୋଲିଲାଣି ପଶୁପକ୍ଷୀ ବଜାର, ମାଂସ କିଣିବାକୁ ଲୋକଙ୍କ ଭିଡ଼

ଉହାନ : ଚୀନ ଲୋକମାନଙ୍କର ଅଜବ ଖାଦ୍ୟ ନିଶାକୁ ନେଇ ବିଶ୍ୱ ଏବେ ବଡ଼ ବିପଦରେ ପଡ଼ିଯାଇଛି । ବାଘ, ସାପ, ମୂଷା, ବାଦୁଡ଼ି, କୁକୁର, ଅସରପା, ବଜ୍ରକାପ୍ତା, ଝିଟିପିଟି ଆଦି ପଶୁପକ୍ଷୀଙ୍କ ମାଂସ ଚୀନରେ ଲୋକମାନେ ଖାଆନ୍ତି । କିନ୍ତୁ ଚୀନ ଲୋକମାନଙ୍କ ଏହି ନିଶା ଯୋଗୁଁ ହିଁ କୋରୋନାଭାଇରସ ପରି ମାରାତ୍ମକ ଭାଇରସ ମଣିଷ ଶରୀରକୁ ଆସିଥିବା କୁହାଯାଉଛି । କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ବରେ ଏବେ ପ୍ରାୟ ୭ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବାବେଳେ ୩୫ ହଜାର ପ୍ରାଣ ହରାଇସାରିଲେଣି । ମାନବ ସମାଜ ପାଇଁ ଏଡ଼େ ବଡ଼ ବିପଦ ଆଣିବା ପରେ ମଧ୍ୟ ଚୀନ ଲୋକଙ୍କ ବୁଦ୍ଧି ଉଦୟ ହୋଇନାହିଁ । କାରଣ ଚୀନରେ ପୁଣି ଥରେ ଖୋଲିଲାଣି ବିଭିନ୍ନ ଜୀବଜନ୍ତୁଙ୍କ ବଜାର ।

ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ କରୋନା ଭାଇରସ ଯୋଗୁଁ ଚୀନରେ ଦୁଇମାସ ପାଇଁ ଲକଡାଉନ କରାଯାଇଥିଲା । ଏବେ ଲକଡାଉନ ଉଠାଇ ଦିଆଯାଇଥିବାରୁ ପୁଣି ଥରେ ବିଭିନ୍ନ ସହରରେ ହୋଲସେଲ ମାଂସ ବଜାର ଖୋଲିଗଲାଣି । ବେପାରୀମାନେ ପୁଣିଥରେ ବିଭିନ୍ନ ପଶୁପକ୍ଷୀଙ୍କୁ ନେଇ ପସରା ମେଲାଇସାରିଲେଣି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚୀନ ସରକାର ଗତ ଜାନୁୟାରୀ ମାସରେ ସେଠାରେ ବିଭିନ୍ନ ବନ୍ୟଜୀବଜନ୍ତୁଙ୍କ ମାଂସ ଖାଇବା ଉପରେ ନିଷେଧାଜ୍ଞା ଲଗାଇଥିଲେ । କିନ୍ତୁ ଏବେ ସେହି ଆଦେଶକୁ କୋହଳ କରାଯାଇଥିବାରୁ ପୁଣି ବିଭିନ୍ନ ପ୍ରକାରର ପଶୁପକ୍ଷୀଙ୍କ ମାଂସ ବେପାର ଆରମ୍ଭ ହୋଇଗଲାଣି ।

ସମ୍ବନ୍ଧିତ ଖବର