ଭୁବନେଶ୍ଵର: ଆର୍ଟିଷ୍ଟ ଆସୋସିଏସନ୍ ଅଫ୍ ଓଡ଼ିଶା (ଆଓ) ତରଫରୁ ପ୍ରତିବର୍ଷ ପରି ଏହାର ବାର୍ଷିକ କାର୍ଯ୍ୟକ୍ରମ 'ଚିତ୍ରାଞ୍ଜଳୀ'ର ରୂପରେଖ ପ୍ରସ୍ତୁତ ହୋଇଛି। ଆସନ୍ତା ଫେବୃଆରୀ ୨ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଖାରବେଳ ନଗର, ଲଳିତ କଳା ଏକାଡେମି ପ୍ରାଙ୍ଗଣରେ ଅନୁଷ୍ଠିତ ହେବ। ଏଥିରେ ପ୍ରଦର୍ଶନୀ, ଯୁବ ଓ ବରିଷ୍ଠ କଳାକାରମାନଙ୍କୁ ନେଇ ଚିତ୍ରକଳା ଶିବିର, ଆଲୋଚନାଚକ୍ର ଓ କଳାତ୍ମକ ଚଳଚିତ୍ର ପ୍ରଦର୍ଶନ ନିମନ୍ତେ କାର୍ଯ୍ୟକ୍ରମ ପ୍ରସ୍ତୁତ ହେଉଛି।
/filters:format(webp)/sambad/media/media_files/2026/01/30/chitranjali-2026-2026-01-30-15-42-19.jpeg)
ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶିଳ୍ପୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏତତ୍ ବ୍ୟତିତ ଦିବଂଗତ ବରିଷ୍ଠ ଶିଳ୍ପୀମାନଙ୍କ ନାମରେ ନାମିତ ସ୍ମାରକୀ ପୁରସ୍କାର ପ୍ରଦାନ କରାଯିବ। ସମସ୍ତ ଶୁଭେଚ୍ଛୁ ଓ ଶିଳ୍ପୀ ବଂଧୁମାନଙ୍କୁ ଯୋଗଦେବାକୁ ନିବେଦନ କରିଛନ୍ତି ସମ୍ପାଦକ ନିଗମାନନ୍ଦ ସ୍ୱାଇଁ। ଏହି ପ୍ରସ୍ତୁତି ବୈଠକରେ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଜନପ୍ରିୟ ଦେବତା, ମୀନକେତନ ପଟ୍ଟନାୟକ, ସଂଗୀତା ପଟ୍ଟନାୟକ, ସଭାପତି- ଚିନ୍ତାମଣି ବିଶ୍ଵାଳ, କୋଷାଧ୍ୟକ୍ଷ- ସଂଜୟ ପଟ୍ଟନାୟକ, ଉପସଭାପତି- ଶ୍ରୀ ସନ୍ତୋଷ କୁମାର ସାହୁ, ଅଳକା ମିଶ୍ର, ବିବେକ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/01/30/chitranjali-2026-01-30-15-44-09.jpeg)