ଭୁବନେଶ୍ୱର: ଜନ୍ମଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ଉପହାର | ଏହା ଏମିତି ସେମିତି ଉପହାର ନୁହେଁ ମ, ପୁରା ଚକଲେଟରେ ତିଆରି | ଭୁବନେଶ୍ୱରର କ୍ଲବ ଚକଲେଟ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଚକଲେଟ ପ୍ରତିମୂର୍ତ୍ତି ପ୍ରସ୍ତୁତ କରାଯାଇଛି | ଏହି ଚକଲେଟ ପ୍ରତିମୂର୍ତ୍ତି ୭୦ କିଲୋଗ୍ରାମ ଚକଲେଟରେ ତିଆରି ହୋଇଛି ଯେଉଁଥିରେ ୧୫ କିଲୋଗ୍ରାମ ଧଳା ଚକଲେଟ ସହ ୫୫ କିଲୋଗ୍ରାମ ଚକଲେଟ ବ୍ୟବହାର ହୋଇଛି |

Advertisment

ମିଳିଥିବା ସୂଚନା ମୁତାବକ କ୍ଲବ ଚକଲେଟର ପ୍ରତିଷ୍ଠାତା ରାକେଶ କୁମାରଙ୍କ ନେତୃତ୍ୱରେ ୧୫ ଜଣ ଛାତ୍ରଛାତ୍ରୀ ଏହି ଚକଲେଟ ପ୍ରତିମୂର୍ତ୍ତିକୁ ପ୍ରସ୍ତୁତ କରିଛନ୍ତି | ଏନେଇ ରାକେଶ କହିଛନ୍ତି ଯେ ଏହି ଚକଲେଟ ପ୍ରତିମୂର୍ତ୍ତି ତିଆରି କରିବାକୁ ୭ ଦିନ ସମୟ ଲାଗିଥିଲା | ବଡ କଥା ଯେ ମୋଦୀଙ୍କର ଏହି ପ୍ରତିମୂର୍ତ୍ତିରେ ବିଭିନ୍ନ କଲ୍ୟାଣକାରୀ ଯୋଜନା ଯେପରିକି ଉଜ୍ଜ୍ଵଳା ଯୋଜନା, ଜନଧନ ଯୋଜନା, ସ୍ଵଛ ଭାରତ ମିଶନ, ଅପରେସନ ସିନ୍ଦୁର, ଡିଜିଟାଲ ଇଣ୍ଡିଆ ପ୍ରମୁଖକୁ ସ୍ଥାନ ବି ଦିଆଯାଇଛି | 

ତେବେ ଏହା ପ୍ରଥମ ଥର ନୁହେଁ ଯେ ରାକେଶ ଏଭଳି ପ୍ରତିମୂର୍ତ୍ତି କରିଛନ୍ତି | କିଛି ବର୍ଷ ତଳେ ରାକେଶ ମୁଖ୍ୟମନ୍ତ୍ରୀ ନବୀନ 
ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ନିଆରା ଶୁଭେଚ୍ଛା ଜଣାଇବା ପାଇଁ ୭୨ କିଲୋଗ୍ରାମରେ ଚକୋଲେଟରେ ମୂର୍ତ୍ତି ତିଆରି କରିଥିଲେ  | ରାକେଶଙ୍କ ସହ ୬ ଜଣ ସଦସ୍ୟ ମିଶି ଏହି ଚକଲେଟ ମୂର୍ତ୍ତି ନିର୍ମାଣ କରିଥିବାବେଳେ ଏହାର ଉଚ୍ଚତା ଅଢେଇ ଫୁଟ ରହିଥିଲା | ସେତେବେଳେ ଏହି ଚକଲେଟ ମୂର୍ତ୍ତି ନିର୍ମାଣ ପାଇଁ ପ୍ରାୟ ୧୪ ଦିନ ଲାଗିଥିଲା | 

ଉଲ୍ଲେଖ ଥାଉ କି ଭୁବନେଶ୍ୱରର ବମିଖାଲରେ ବେକିଂ ଏବଂ ପେଷ୍ଟ୍ରି କଳା ଶିକ୍ଷା ଦେବା ପାଇଁ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିବା ରାକେଶ ସାହୁ ହୋଟେଲ ମ୍ୟାନେଜମେଣ୍ଟରେ ଗ୍ରାଜୁଏସନ କରି ପେଷ୍ଟ୍ରି ଆର୍ଟରେ ସ୍ୱତନ୍ତ୍ର ତାଲିମ ନେଇଛନ୍ତି |