ଲଣ୍ଡନ: ସିଗାରେଟ୍‌ ଟାଣିବା ଆମ ସ୍ବାସ୍ଥ୍ୟ ପାଇଁ କେତେ କ୍ଷତିକାରକ ତାହା ଆପଣ ବେଶ ଭଲଭାବରେ ଜାଣିଥିବେ । ସିଗାରେଟ୍‌ ଟାଣିବା ଦ୍ୱାରା ବୃଦ୍ଧାବସ୍ଥାର ବୟସ ଖାଲି କମ୍ ହୋଇ ନଥାଏ । ଏହି ଖରାପ ଅଭ୍ୟାସ ଦ୍ବାରା ଆପଣଙ୍କର ଜୀବନର ବହୁମୂଲ୍ୟ ସମୟକୁ ନଷ୍ଟ ହୋଇଯାଇଥାଏ । ଦିନକୁ ଗୋଟିଏ ସିଗାରେଟ୍ ଟାଣିଲେ ଆପଣଙ୍କର ବୟସ କେତେ କମିଯାଉଛି ତାହା ନିକଟରେ ୟୁନିଭରସିଟି କଲେଜ୍ ଅଫ୍ ଲଣ୍ଡନ ତରଫରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ।  

Advertisment

ସୂଚନ ମୁତାବକ, ସିଗାରେଟ୍ ପ୍ରତ୍ୟେକ ଦିନ ମଣିଷକୁ ମାରୁଛି । ନିକଟରେ ୟୁନିଭରସିଟି କଲେଜ୍ ଅଫ୍ ଲଣ୍ଡନ ତରଫରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଯେଉଁ ବ୍ୟକ୍ତି ଦିନକୁ ଗୋଟିଏ ସିଗାରେଟ୍ ଟାଣିଥାଏ, ତେବେ ତାଙ୍କର ଆୟୁଷ ସିଗାରେଟ୍ ଟାଣୁନଥିବା ବ୍ୟକ୍ତିଙ୍କ ତୁଳନାରେ କମ୍ ହୋଇଥାଏ । ୨୦ଟି ସିଗାରେଟ୍ ଜଣେ ବ୍ୟକ୍ତିର ଜୀବନରୁ ସାତ ଘଣ୍ଟା ପର୍ଯ୍ୟନ୍ତ ସମୟ ନେଇପାରେ । ଯାହାଫଳରେ ପୁରୁଷଙ୍କ ଆୟୁଷ ୧୭ ମିନିଟ୍ ଓ ମହିଳାଙ୍କ ଆୟୁଷ ୨୨ ମିନିଟ୍ ପର୍ଯ୍ୟନ୍ତ କମ୍ ହୋଇଯାଇଥାଏ । ଦିନକୁ ଗୋଟିଏ ସିଗାରେଟ୍ ଟାଣିବା ଫଳରେ ଆପଣଙ୍କର ହାରାହାରି ଆୟୁଷ ୨୦ମିନିଟ୍ କମ୍ ହୋଇପାରେ । ସିଗାରେଟ୍ ଟାଣିବା ଦ୍ୱାରା ବର୍ତ୍ତମାନ ଆୟୁଷ କମିବାର ସବୁଠାରୁ ବଡ଼ ପ୍ରଭାବ ପକାଉଛି । 

ଯଦି ଜଣେ ବ୍ୟକ୍ତି ୧୦ଟି ସିଗାରେଟ୍ ଟାଣନ୍ତି, ତେବେ ଆଜିଠୁ ସିଗାରେଟ୍ ଟାଣିବା ବନ୍ଦ କରିଦେଲେ ୮ ଦିନରେ ଆପଣ ଗୋଟିଏ ଦିନ କ୍ଷତି କମ୍ କରିପାରିବେ । ଯଦି ଆପଣ ଫେବୃଆରୀ ୫ ପର୍ଯ୍ୟନ୍ତ ସିଗାରେଟ୍ ଟାଣିବା ବନ୍ଦ କରିଦେବେ ତେବେ ଗୋଟିଏ ସପ୍ତାହ ଏବଂ ଅଗଷ୍ଟ ୫ ପର୍ଯ୍ୟନ୍ତ ନିଜ ଜୀବନକୁ ୧ ମାସ ପର୍ଯ୍ୟନ୍ତ ବଢ଼ାଇ ପାରନ୍ତି । ପୂରା ଏକବର୍ଷ ସିଗାରେଟ୍ ଟାଣିବା ବନ୍ଦ କରିଦେବେ ତେବେ ଆପଣଙ୍କର ୫୦ ଦିନର କ୍ଷତି କମ୍ ହୋଇପାରେ । ସିଗାରେଟ୍ ଟାଣିବା ଦ୍ୱାରା ନିଜ ଜୀବନର ୧୦ ବର୍ଷର ବହୁମୂଲ୍ୟ ସମୟକୁ ନଷ୍ଟ କରିଦେଇଥାନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସିଗାରେଟ୍‌ ଟାଣିବା ଫଳରେ ହୃଦଘାତ ଏବଂ ଷ୍ଟ୍ରୋକ୍ ହେବାର ଅଧିକ ସମ୍ଭାବନା ସହିତ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଥାଏ ।