ଭୁବନେଶ୍ବର: ଝାରପଡ଼ା ଜେଲ ଭିତରେ କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେବା ଫଳରେ ତୁମୁଳ କାଣ୍ଡ ଘଟିଛି। କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ପାଇଁ ଜେଲରେ ସାଇରନ୍ ବାଜିଥିବା ଜଣାପଡିଛି। ଦୁର୍ଦ୍ଦାନ୍ତ କଏଦୀ ନାରଣ ଓ କିଶନ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି।
ଜେଲ ୱାର୍ଡନ୍ ଅଟକାଇବାକୁ ଯିବାରୁ ତାଙ୍କୁ ମାଡ଼ ମାରି ଗୁରୁତର କରିଛନ୍ତି କଏଦୀ। ତେଣେ ଜେଲ୍ ଭିତରେ ଜେଲ୍ରଙ୍କୁ ୩ କଏଦୀ ଆକ୍ରମଣ କରିଥିବା ଜଣାଯାଇଛି। ଏମାନେ ବ୍ଲେଡ୍ରେ ଜେଲରଙ୍କ ହାତ କାଟିଦେଥିବା ଜଣାଯାଇଛି। ଏନେଇ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏଭଳି କାଣ୍ଡର ଅସଲି କାରଣ ଏଯାଏ ଜଣାଯାଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/JHARPADAJAIL-2.jpg)