ଦୁର୍ଘଟଣାରୁ ବର୍ତ୍ତିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, କାଦୁଅରେ ଫସିଲା ହେଲିକପ୍ଟର

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀସ ଶୁକ୍ରବାର ହେଲିକପ୍ଟର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ରାୟଗଡ଼ ଜିଲ୍ଲାର ପେଣରେ ମୁଖ୍ୟମନ୍ତ୍ରୀ ଫଡଣବୀସ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାରେ ସଭା ଶେଷ ପରେ ସେ ପେଣକୁ ଜନସଭାକୁ ସମ୍ବୋଧିତ କରିବା କରିବା ପାଇଁ ଯାଇଥିଲେ। ପେଣ-ବେରାଗାଁରେ ତାଙ୍କର ହ୍ୟାଲିକ୍ୟାପ୍ଟର ଅବତରଣ କରିଥିଲା କିନ୍ତୁ ଏଠାରେ କାଦୁଅ ଥିବାର ହ୍ୟାଲିକ୍ୟାପ୍ଟର ଚକା କାଦୁଅରେ ଫସି ଯାଇଥିଲା। ଏହି ସମୟରେ ପାଇଲଟ କିଛି ସମୟ ପାଇଁ ନିୟନ୍ତ୍ରଣ ହରାଇଥିଲେ। ପରେ ପାଇଲଟ ହେଲିକ୍ୟାପଟରକୁ ନିଜ ନିୟନ୍ତ୍ରଣରେ ରଖିଥିଲେ।

ହେଲିକ୍ୟାପ୍ଟରରେ ସେହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ତାଙ୍କର ପର୍ସନାଲ ଆସିଷ୍ଟାଣ୍ଟ, ପାଇଲଟ ଓ ସହଯୋଗୀ ପାଇଲଟ ଉପସ୍ଥିତ ଥିଲେ। ପୁଲିସ ଅଧୀକ୍ଷକ ଅନିଲ ପାରସକର କହିଛନ୍ତି, ମୁଖ୍ୟମନ୍ତ୍ରୀ ଫଡଣନବୀସ ସଂପୂର୍ଣ୍ଣ ରୂପେ ସୁରକ୍ଷିତ ଅଛନ୍ତି।

ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ଗୃହମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ର ଗସ୍ତ କରି ରାଲି କରିଥିଲେ। ଶାହ କହିଥିଲେ, ମହାରାଷ୍ଟ୍ରରେ ଫଡଣବୀସ ସରକାରରେ ଜଳସେଚନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଛ ଭାରତ, ଅମୃତ ଯୋଜନାରେ ଲକ୍ଷାଧିକ ଲୋକ ଉପକୃତ ହୋଇଛନ୍ତି।

ସମ୍ବନ୍ଧିତ ଖବର