ଭୁବନେଶ୍ୱର: ୮୦ବର୍ଷରୁ ଅଧିକ ବୟସର ନାଗରିକ ଏବଂ ୮୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଭିନ୍ନକ୍ଷମଙ୍କୁ ମିଳିଲା ୩୫୦୦ ଟଙ୍କାର ସାମାଜିକ ସୁରକ୍ଷା ଭତ୍ତା । ଏହାଦ୍ୱାରା ରାଜ୍ୟର ୪ଲକ୍ଷ ୧୫ ହଜାରରୁ ଅଧିକ ହିତାଧିକାରୀ ଉପକୃତ ହେବେ। କେନ୍ଦୁଝରରେ ସାମାଜିକ ବର୍ଦ୍ଧିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି | ଆଉ ମୁଖ୍ୟମନ୍ତ୍ରୀ ଆଜି ହିତାଧିକାରୀଙ୍କୁ ୧୫୦୦ ଟଙ୍କା ପରିବର୍ତ୍ତେ ୩୫୦୦ ଟଙ୍କାର ଭତ୍ତା ବାଣ୍ଟିଛନ୍ତି | ସୂଚନା ଥାଉ କି ଆଜିଠାରୁ ଏହା ଆରମ୍ଭ ହୋଇଥିବାବେଳେ ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଭତ୍ତା ୩୫୦୦ ଟଙ୍କାକୁ ଵୃଦ୍ଧି କରାଯାଇଛି |
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)