କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ନବୀନ ଏନଡିଆରଏଫରେ ଥିବା ନିୟମାବଳୀକୁ କୋହଳ ପାଇଁ ଅନୁରୋଧ କରିଛନ୍ତି। ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରେ ଉପକୂଳ ଓଡ଼ିଶାର ବିଦ୍ୟୁତ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବାତ୍ୟାରେ ୨୨୦ ଓ ୧୩୨ କେଭି ଟାୱାର କ୍ଷତିଗ୍ରସ୍ତ ହୋଇଛି। ଗ୍ରୀଡ୍‌ ସବଷ୍ଟେସନ ଓ ୩୩ କେଭି ପୋଲ୍‌ ମଧ୍ୟ ନଷ୍ଟ ହୋଇଛି। ବାତ୍ୟା ଯୋଗୁଁ ୧୧୬୦ କୋଟି ଟଙ୍କାର ବିଦ୍ୟୁତ ଭିତ୍ତିଭୂମି ନଷ୍ଟ ହୋଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର