ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ମାରକପତ୍ର : କାଳିଆ ଟଙ୍କାକୁ ଜାଣିଶୁଣି ଅଟକାଯାଇଛି

ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ଅଫିସରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସହ ସାଂସଦ ଭର୍ତ୍ତୃହରି ପଟ୍ଟନାୟକ, ମିନତି ବେହେରା, ଅରୁପ ପଟ୍ଟନାୟକ, ଅମର ପଟ୍ଟନାୟକ ଓ ପ୍ରସନ୍ନ ପାଟଶାଣୀ ମଧ୍ୟ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଅବସରରେ ସିଇଓଙ୍କୁ ସେ ଏକ ସ୍ମାରକ ପତ୍ର ଦେଇଥିବା ଜଣାଯାଇଛି ।

କାଳିଆ ଯୋଜନାର ଟଙ୍କା ବଣ୍ଟନକୁ କାହିଁକି ଅଟକାଯାଇଛି ସେ ନେଇ ବିଜେଡ଼ି ପକ୍ଷରୁ ପ୍ରତିବାଦ କରାଯାଇ ଏହି ସ୍ମାରକପତ୍ର ଦିଆଯାଇଛି । ଜାଣିଶୁଣି ଏହା କରାଯାଇଥିବା ବିଜେଡି ଗତକିଛି ଦିନ ହେଲା ଅଭିଯୋଗ କରିଆସୁଛି । କାଳିଆ ଟଙ୍କା ଚାଷୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ, ଏହାକୁ ଅଟକାଯିବା ଦୁର୍ଭାଗ୍ୟଜନକ ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ।

 

ସମ୍ବନ୍ଧିତ ଖବର